ରାଜ୍ୟ

କେନ୍ଦୁଝରରେ ହେବ ବୃହତ୍‌ ଇସ୍ପାତ କାରଖାନା

Spread the love

କେନ୍ଦୁଝରରେ ବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ‘ଲାଇଫ୍‌ ସେଭର୍ସ’ ଗ୍ରୁପ ଟ୍ରଷ୍ଟ୍‌ର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବା ଅବସରରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦୁଝରରେ ମେଗା ଷ୍ଟିଲ୍‌ ପ୍ଲାଣ୍ଟ କରିବା ପାଇଁ ବିଭିନ୍ନ କମ୍ପାନି ସହିତ ସେ ଆଲୋଚନା କରିଛନ୍ତି।

ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଆଗ୍ରହୀ କମ୍ପାନିକୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ସେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ରାଉରକେଲାରେ ଷ୍ଟିଲ୍‌ ପ୍ଲାଣ୍ଟ ହେବା ଦ୍ବାରା ବ୍ୟାପକ ଲାଭ ହୋଇଛି, କ୍ଷତି ବି ହୋଇଛି। ହେଲେ ଲାଭ ତୁଳନାରେ କ୍ଷତି ନଗଣ୍ୟ।

କେନ୍ଦୁଝରରେ ଷ୍ଟିଲ୍‌ ପ୍ଲାଣ୍ଟ ହେଲେ ଜିଲ୍ଲାବାସୀଙ୍କ ସହିତ ପଡ଼ୋଶୀ ଜିଲ୍ଲାର ଲାଭ ହେବ। ତେଣୁ ଷ୍ଟିଲ୍‌ ପ୍ଲାଣ୍ଟକୁ ଜିଲ୍ଲାବାସୀ ବିରୋଧ ନ କରି ସ୍ବାଗତ କରିବା ଉଚିତ ବୋଲି ସେ କହିଥିଲେ। ଦଳମତ ନିର୍ବିଶେଷରେ ସମସ୍ତେ ସକାରାତ୍ମକ ମନୋଭାବ ନେଇ କାମ କଲେ ସୁନାର କେନ୍ଦୁଝର ଗଠନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

Leave a Reply

Your email address will not be published. Required fields are marked *