ରାଜ୍ୟ

ଚଳନ୍ତା ଟ୍ରେନରୁ ଖସି ପଡ଼ି ମାଆ-ପୁଅ ଗୁରୁତର

Spread the love

ଢେଙ୍କାନାଳ ଦାଣ୍ଡିମାଳ ଷ୍ଟେସନରେ ଚଳନ୍ତା ଟ୍ରେନ୍ ରୁ ଓହ୍ଲାଇଲା ବେଳେ ଅଘଟଣ ଘଟିଛି ।ସୂଚନା ଅନୁସାରେ ଆଜି ସକାଳେ ମା’ପୁଅ ପାସେଞ୍ଜର ଟ୍ରେନ ବଦଳରେ ଭୁଲରେ ପୁରୀ ଦୁର୍ଗ ଏକ୍ସପ୍ରେସରେ ଚଢ଼ି ଯାଇଥିଲେ । ଢେଙ୍କାନାଳ ନିକଟସ୍ଥ ଦାଣ୍ଡିମାଳ ଷ୍ଟେସନରେ ସେମାନଙ୍କର ଓହ୍ଲାଇବାର ଥିଲା ।  କିନ୍ତୁ ଏକ୍ସପ୍ରେସ ଟ୍ରେନ ହୋଇଥିବାରୁ ସେଠାରେ ଅଟକି ନଥିଲା ।  ଟ୍ରେନ ନ ଅଟକିବାରୁ ମା’ପୁଅ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ପୁଅର ଗୋଡ ବଗିର ଡୋର ନିକଟରେ ଖସି ଯାଇଥିଲା ।  ପୁଅକୁ ଧରିବାକୁ ଯାଇ ମାଆ ମଧ୍ୟ ଖସି ପଡ଼ିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଦ୍ୱୟ ହେଲ ଭଗବତୀ ଦେହୁରୀ ଓ ତାଙ୍କ ପୁଅ ରୁଦ୍ର ନାରାୟଣ ଦେହୁରୀ ।

Leave a Reply

Your email address will not be published. Required fields are marked *