ଏକା ସାଙ୍ଗରେ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ
ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏବେ ସମସ୍ତଙ୍କ ଆଖିରେ ଲୁହ । କୋହ ସମ୍ଭାଳି ପାରୁନାହାନ୍ତି ପରିବାର ଲୋକେ । ତେବେ ମୃତକ ସ୍ୱାମୀ ସ୍ତ୍ରୀ ହେଉଛନ୍ତି ସୁର ପଧାନ ଓ ସୁକାନ୍ତି ପଧାନ । ଉଭୟ ଦୀର୍ଘ ଏକ ବର୍ଷ ହେବ ପାଖ ଗାଁର ଜଣକ ଘରେ ରହି ଚାଷ କାମ କରୁଥିଲେ । ହେଲେ ହଠାତ୍ ଉଭୟଙ୍କ ମୃତ୍ୟୁ ହୋଇଥିବା ନେଇ ଗତକାଲି ଖବର ପହଁଚିଥିଲା ଘର ଲୋକଙ୍କ ପାଖରେ । ଖବର ପାଇ ତୁରନ୍ତ ପରିବାର ଲୋକେ ଘଟଣାସ୍ଥଳରେ ପହଁଚି ଥିଲେ କିନ୍ତୁ ସେତେବେଳକୁ ଉଭୟଙ୍କୁ ମେଡିକାଲ୍ ନିଆଯାଇସାରିଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ ।ମାଲିକର କହିବା ମୁତାବକ, ଉଭୟଙ୍କୁ ବିଲ ପାଖରେ ପଡିଥିବାର ଦେଖି ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏପଟେ ଉଭୟ ଦମ୍ପତି ଫାର୍ମ ହାଉସରେ କାମ କରୁଥିଲେ । ତେଣୁ କିଏ କହୁଛି ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ହୋଇଛି ତ କିଏ କହୁଛି ଅତ୍ୟଧିକ ମଦ୍ୟପାନ କରି ମୃତ୍ୟୁବରଣ କରିଛନ୍ତି । ସେପଟେ ହାତୀ ପାଇଁ ବିଛା ଯାଇଥିବା ସୋଲାର କରେଣ୍ଟରେ ମୃତ୍ୟୁ ହୋଇଥିବା କଥା ସମ୍ଭବ ନୁହେଁ ବୋଲି କହିବା ସହ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

