ମାଟିରେ ମିଶିଲା ବୈକୁଣ୍ଠ ଧାମ ଆଶ୍ରମ
ମାଟିରେ ମିଶିଲା ଭୁବନେଶ୍ବର ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ । ବହୁ ବାଦ ବିବାଦ ପରେ ବିଡିଏ ପକ୍ଷରୁ ବାବା କାଶୀନାଥଙ୍କ ଆଶ୍ରମକୁ ଭଙ୍ଗାଯାଉଛି ।ବୈକୁଣ୍ଠ ଧାମ ଆଶ୍ରମରେ ବାଳକଙ୍କୁ କଳକୀ ଅବତାର ବୋଲି ଘୋଷଣା କରି ତାଙ୍କ ପାଦରେ ତୁଳସୀ ଓ ଭଗବତ ଗୀତା ରଖି ପୂଜାର୍ଚ୍ଚନା କରାଯାଉଥିଲା । ସେ ଲୋକଙ୍କୁ ଭବିଷ୍ୟବାଣୀ କରୁଥିଲେ । ଏହାକୁ ନେଇ ଚର୍ଚ୍ଚାକୁ ଆସିଥିଲା ବୈକୁଣ୍ଠଧାନ ଆଶ୍ରମ । ଏବେ ଫେରାର ଅଛନ୍ତି ଆତ୍ମଘୋଷିତ ବାବା କାଶୀନାଥ । ଆଶ୍ରମ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।ଗତ ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡିଏ ଓ ଭୁବନେଶ୍ୱର ତହସିଲର ମିଳିତ ଟିମ୍ ଆଶ୍ରମରେ ୨ ଘଣ୍ଟା ଧରି ମାପଚୁପ କରିଥିଲା । ପାଖାପାଖି ୮ କୋଟି ଟଙ୍କା ମୂଲ୍ୟର ସରକାରୀ ଜମିରେ ବେଆଇନ ମଣ୍ଡପ, କୋଠା ଆଉ ରୋଷଶାଳା ନିର୍ମାଣ ହୋଇଥିବା ଦର୍ଶାଇଥିଲା । ଏହା ପରେ ଭାଙ୍ଗିବାକୁ ଦିନ ସ୍ଥିର ହୋଇଥିଲା । ଏନେଇ ଆଶ୍ରମ କର୍ତ୍ତୃପକ୍ଷ ତା ପୂର୍ବଦିନ ତରବରିଆ ଭାବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହେଲେ ଯେଉଁ ଚିଠି ଦେଇଥିଲେ, ତାହା ସମ୍ପୂର୍ଣ୍ଣ ଭାବେ ଜାଲ୍ ବୋଲି ଜଣାପଡ଼ିଥିଲା । ରିହାତଦେଶ ହଟାଇବା ପରେ ଶୁକ୍ରବାର ଖଣ୍ଡଗିରି ବୈକୁଣ୍ଠ ଧାମରେ ବୁଲ୍ଡୋଜର ବୁଲିଛି । ଏନେଇ ଗୁରୁବାର ବିଡିଏ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା ।

