ମନୁ ଭାକର ଏବଂ ଡି ଗୁକେଶଙ୍କୁ ମିଳିଲା ଖେଳରତ୍ନ ଆଓ୍ବାର୍ଡ
ଜାତୀୟ ଖେଳ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଛି । ସମାରୋହରେ ପ୍ରମୁଖ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦୁଇ ଅଲମ୍ପିକ୍ସ ପଦକ ବିଜେତାକୁ ପ୍ରଦାନ କରିଛନ୍ତି । ପ୍ୟାରିସ୍ ଅଲମ୍ପିକ୍ସରେ ୨ଟି ପଦକ ଜିତିଥିବା ସୁଟର୍ ମନୁ ଭାକର, କିଶୋର ବର୍ଗରେ ୱାର୍ଲ୍ଡ ଚାମ୍ପିଅନ୍ ହୋଇଥିବା ଡି. ଗୁକେଶଙ୍କୁ ମିଳିଛି ପୁରସ୍କାର ।ଜାତୀୟ ଖେଳ ପୁରସ୍କାର ସମାରୋହରେ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଉପସ୍ଥିତ ଥିଲେ । ପୁରୁଷ ହକି ଦଳ ଅଧିନାୟକ ହରମନପ୍ରୀତ ସିଂ ଏବଂ ପାରାଅଲମ୍ପିକ ହାଇଜମ୍ପ ସ୍ବର୍ଣ୍ଣ ବିଜେତା ପ୍ରବୀଣ କୁମାରଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରାଯାଇଛି । ଉଭୟ ଟୋକିଓ ଏବଂ ପ୍ୟାରିସ ଅଲମ୍ପିକରେ ଭାଗ ନେଇଥିବା ଭାରତୀୟ ହକି ଦଳ ବ୍ରୋଞ୍ଚ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ । ତେବେ ଆୟୋଜିତ ସମାରୋହରେ ମୋଟ ୩୪ ଜଣ ଆଥଲେଟଙ୍କୁ ଉଭୟ ଖେଳରତ୍ନ ସମ୍ମାନିତ କରାଯାଇଛି । ଏଥିରେ ୧୭ ଜଣ ପାରା ଆଥଲେଟ୍ ରହିଛନ୍ତି । ଅର୍ଜୁନ ପୁରସ୍କାର ପାଇଥିବା ଖେଳାଳି ଅମନ ସେହରାବତ, ସ୍ବପ୍ନିଲ କୁସାଲେ, ସରବଜୋତ ସିଂ, ରହିଛନ୍ତି ।

