୧୦ ମାଓବାଦୀଙ୍କ ମୃତଦେହ ଉଦ୍ଧାର
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗତକାଲି ଗୁଳିବିନିମୟ ହୋଇଥିଲା।ଗତକାଲି ଓଡ଼ିଶା ଏସଓଜି ଯବାନ ମଧ୍ୟ ଏହି ଗୁଳିବିନିମୟରେ ସାମିଲ ଥିଲେ। ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫାରକ ଏବଂ ମାଓ ସାମଗ୍ରୀ ଜବତ କରିଛି। ଏବେ ବି ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପେରେସନ ଚଳାଇଛନ୍ତି। ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ଆଜି ଘଟଣାସ୍ଥଳରେ ସର୍ଚ୍ଚ ଅପେରେସନ କରୁଥିବା ବେଳେ ୧୦ ନକ୍ସଲଙ୍କ ମୃତଦେହ ଜବତ କରିଛି।

