ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଦମ୍ପତିଙ୍କ ଜୀବନ
ଗତକାଲି ଅପରାହ୍ନରେ ବଳରାମ ଏବଂ ବାଲା କାଠ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ତେବେ ବାର୍ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଦୁହେଁ ଆସିଥିଲେ | ତେଣୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା | ଘରୁ ଯିବାର ବହୁ ସମୟ ପରେ ବି ଦୁହେଁ ନ ଫେରିବାରୁ ପରିବାର ଓ ଗ୍ରାମବାସୀ ସନ୍ଧାନ ଆରମ୍ଭ କରିଥିଲେ। ଜଙ୍ଗଲରେ ଦୁହିଁଙ୍କ ମୃତଦେହ ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ।ନନ୍ଦପୁର ଥାନା ପୁଲିସ ପହଞ୍ଚି ପ୍ରଥମେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲା। ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଏହାପରେ ଶିକାରୀଙ୍କ ସନ୍ଧାନ ଆରମ୍ଭ ମ୍ଭ କରିଛି ପୁଲିସ।

