ଆଥଲେଟ୍ସଙ୍କ ପାଇଁ ଅଡୁଆ ବଢ଼ାଇଛି ଡୋପିଂ ଟେଷ୍ଟ୍
୨୦୨୩ ବର୍ଷ ଶେଷରେ ସବୁଠାରୁ ବଡ଼ ଡୋପିଂ ସ୍କାଣ୍ଡାଲ୍ ସାମ୍ନାକୁ ଆସିଛି । ଗୋଆରେ ଅକ୍ଟୋବର ୨୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ହୋଇଥିବା ରାଷ୍ଟ୍ରୀୟ ଖେଳରେ ୨୫ରୁ ଅଧିକ ଖେଳାଳି ଡୋପ ଟେଷ୍ଟରେ ଫସିଛନ୍ତି । ଏମାନଙ୍କ ମଧ୍ୟରେ ୯ ଖେଳାଳି ଅଛନ୍ତି ଯେଉଁମାନେ ପଦକ ବିଜେତା । ଭାର ଉତ୍ତୋଳନରେ ୭ ଖେଳାଳି ଡୋପ୍ ଟେଷ୍ଟରେ ଫେଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଅନ୍ତରାଷ୍ଟ୍ରୀୟ ଖେଳାଳି ରହିଛନ୍ତି । ଜାତୀୟ ଡୋପିଂ ନିରୋଧୀ ଏଜେସ୍ସି ସମସ୍ତ ଆଥଲେଟ୍ସଙ୍କୁ ସାମ୍ପୁଲ୍ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛି ।
ଷ୍ଟେରୟଡ୍ ନେଇ ଡୋପିଂରେ ଫସିଥିବା ଖେଳାଳିଙ୍କ ଉପରେ ଅସ୍ଥାୟୀ ଭାବେ ପ୍ରତିବନ୍ଧକ ଲଗାଇଛି ଜାତୀୟ ଡୋପିଂ ନିରୋଧୀ ଏଜେସ୍ସି ବା ନାଡା । ଡୋପିଂ ଟେଷ୍ଟରେ ଫସିଥିବା ଖେଳାଳିଙ୍କ ସଂଖ୍ୟା ବଢ଼ିପାରେ ପାରେ ବୋଲି ଆଶଙ୍କା କରାଯାଉଛି । କାରଣ ରାଷ୍ଟ୍ରୀୟ ଡୋପ୍ ଟେଷ୍ଟ ଲାବୋରେଟାରୀ ପକ୍ଷରୁ ଟେଷ୍ଟ ଜାରି ରହିଛି । ଏଥିରେ ଆଉ ୪ଜଣ ଖେଳାଳି ଫସି ପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏତେ ସଂଖ୍ୟାରେ ଡୋପିଂ ଟେଷ୍ଟରେ ଫସିଥିବା ଖେଳାଳିଙ୍କୁ ନେଇ ଭାରତୀୟ ଅଲିମ୍ପିକ୍ସ ସଂଘ ଏବଂ ରାଷ୍ଟ୍ରୀୟ ଖେଳ ଆୟୋଜକଙ୍କ ନିଦ ହଜିଯାଇଛି ।
ଡୋପ୍ ଟେଷ୍ଟରେ ପଜିଟିଭି ଆସିଥିବା ଖେଳାଳି ଭାର ଉତ୍ତୋଳନରେ ସ୍ବର୍ଣ୍ଣ ପଦକ ବିଜେତା ଉତ୍ତର ପ୍ରଦେଶ ବନ୍ଦନା ଗୁପ୍ତା ରହିଛନ୍ତି । ସେହିପରି ୨୦୦ମିଟରରେ ରୌପ୍ୟ ପଦକ ଜିତିଥିବା କମଲଜୀତ୍ କୌର । ୫ ହଜାର ମିଟରରେ କାଂସ୍ୟ ପଦକ ବିଜେତା ଅଜୟ କୁମାରଙ୍କ ସମେତ ଫରମାନ୍ ଅଲ୍ଲୀ, ପ୍ରବୀଣ କୁମାର, ଭି. ନେହା, ହରଜଧିବୀର ସିଂହ, ମୁକ୍କେବାଜ୍ ଭାବନା, ସିଲଭର୍ ମେଡାଲ୍ ଜିତିଥିବା ଅନିତା ଦେବୀ ଆଦି ସାମିଲ ରହିଛନ୍ତି ।

