ଦାରିଙ୍ଗବାଡିରେ ଘନ କୁହୁଡ଼ି, ଯାନବାହନ ଚଳାଚଳରେ ସମସ୍ୟା
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ରାଇକିଆ ଓ ଜି. ଉଦୟଗିରିର ଆଖପାଖ ଅଞ୍ଚଳରେ ଆଜି ପୁଣି ଘନ କୁହୁଡି ଦେଖା ଦେଇଛି । ଫଳରେ ରାସ୍ତାରେ ୧୦ରୁ ୨୦ ଫୁଟ୍ ଦୂରରେ ଦେଖାଯାଉନଥିବାରୁ ଗାଡି ଚଳା ଚଳରେ ସମସ୍ୟା ଦେଖାଦେଇଛି ।
ଘନ କୁହୁଡି ଯୋଗୁଁ ଅନେକ ସମସ୍ୟା ଦେଖାଦେଇଛି । କୁହୁଡ଼ି ଯୋଗୁଁ ସକାଳ ୧୦ଟା ପର୍ଯ୍ୟନ୍ତ ଅଞ୍ଚଳରେ ବଜାର ଗୁଡ଼ିକ ଖାଲି ଖାଲି ଲାଗୁଛି । ଘନ କୁହୁଡ଼ି ଯୋଗୁ ଦାରିଙ୍ଗବାଡ଼ି ଅଞ୍ଚଳରେ ବସ ସମେତ ଆସୁଥିବା ପର୍ଯ୍ୟଟକମାନେ ୫୯ ଜାତୀୟ ରାଜପଥରେ ଯାନବାହାନ ଚଳାଚଳରେ ଅସୁବିଧା ହେଉଥିବା କହିଛନ୍ତି । ତେବେ କୁହୁଡ଼ି ସହିତ ଶୀତକୁ ଦେଖି ପର୍ଯ୍ୟଟକମାନେ ଖୁସି ପ୍ରକାଶ କରିଛନ୍ତି ।

