ଡିସେମ୍ବର ୨୯ ତାରିଖ, ଶୁକ୍ରବାର; ଜାଣନ୍ତୁ କେମିତି ରହିବ ଆଜିର ଦିନ
ମେଷ– ନିବେଶ କରିଥିବା ଧନରୁ ଲାଭ ପାଇପାରନ୍ତି। ପରିବାରରେ ସାମାନ୍ୟ କଳହ ଯୋଗ ରହିବ । ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ସୁଦୃଢ ହେବ।
ବୃଷ– କର୍ମ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ । ଅଧିକ ପରିଶ୍ରମ ଯୋଗୁଁ ଆଳସ୍ୟର ବଶବର୍ତ୍ତୀ ହେବେ। ସ୍ବାସ୍ଥ୍ୟରେ କିଛି ସମସ୍ୟା ଉପୁଜିବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କରେ ଉନ୍ନତି ଘଟିବ । ଛାତ୍ରଛାତ୍ରୀମାନେ ଫଳକୁ ନେଇ ଉତ୍ସାହିତ ରହିବେ ।
ମିଥୁନ– କିଛି ଶାରୀରିକ ସମସ୍ୟା ଦେଖାଦେବ । ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ । କର୍ମ କ୍ଷେତ୍ରରେ ଆଳସ୍ୟ ଦେଖା ଦେବ ।ବ୍ୟବସାୟୀମାନଙ୍କ ପାଇଁ ଦିନଟି ବହୁତ୍ ଲାଭଦାୟକ ରହିଛି । ଚାଷୀମାନେ ଉପଯୁକ୍ତ ପରିଶ୍ରମର ମୂଲ୍ୟ ପାଇବେ ।
କର୍କଟ– କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶ୍ରୀ ଚନ୍ଦ୍ର ଯୋଗ ରହିଛି । ଦେହ ମନ ଖୁବ୍ ଭଲ ରହିବ । ପରିଶ୍ରମର ଫଳ ବହୁତ୍ ଭଲ ରହିବ । ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତି ନେବେ । ବ୍ୟବସାୟରେ ଲାଭ ଯୋଗ ରହିଛି ।
ସିଂହ– ବାହାରକୁ ଯାତ୍ରା କରିବାର ଯୋଗ ରହିଛି । ଯାତ୍ରା ସମୟରେ ଆଶୀର୍ବାଦ ନେଇ ଯାଆନ୍ତୁ । କର୍ମ କ୍ଷେତ୍ରରେ ବାଧା ଉପୁଜିପାରେ ।ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଯାଇପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଛାତ୍ର ଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ।
କନ୍ୟା– ନିଜ କର୍ମରେ ବ୍ୟସ୍ତ ରହିବେ । ବିରୋଧୀମାନେ ଅନିଷ୍ଟ କରିବାକୁ ଚେଷ୍ଟା କରିବେ । ଘନିଷ୍ଠ ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ । ଧନ ପ୍ରାପ୍ତିର ଯୋଗ ରହିଛି । ଛାତ୍ର ଛାତ୍ରୀ ମାନେ ବିଶେଷ ଉପକୃତ ହେବେ ।
ତୁଳା– କର୍ମ କ୍ଷେତ୍ରରେ ଧ୍ୟାନର ସହ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । କିଛି ନୂଆ ସୁଯୋଗ ସୃଷ୍ଟି ହୋଇପାରେ । ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ମାନେ ଆଜି କର୍ମ ଚଞ୍ଚଳ ରହିବେ ।
ବିଛା– କର୍ମ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରିବେ । ବନ୍ଧୁଙ୍କ ସାହାଯ୍ୟ ମିଳିବ । ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ । ପ୍ରେମ ସମ୍ପର୍କ ସୁଦୃଢ ହେବ । ବ୍ୟବସାୟରେ ସାମାନ୍ୟ ଅସୁବିଧା ଦେଖା ଦେଇପାରେ ।
ଧନୁ– ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ଦେହ ସାମାନ୍ୟ ରୋଗଗ୍ରସ୍ତ ହୋଇପାରେ । ପରିବାରରେ ପତ୍ନୀଙ୍କ ସହ କଳହ ଯୋଗ ରହିଛି । ବ୍ୟବସାୟୀମାନେ ଏତେ ଲାଭ ପାଇବେ ନାହିଁ । ଭ୍ରମଣ ଯୋଗୁଁ ଆଳସ୍ୟ ଯୋଗ ରହିଛି ।
ମକର– ଲାଗି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଶାରୀରିକ ଓ ମାନସିକ ଖୁସି ମିଳିବ । ନୂତନ କାର୍ଯ୍ୟ ଆରମ୍ଭ ମଧ୍ୟ କରିବେ । ସ୍ବାସ୍ଥ୍ୟରେ କିଞ୍ଚିତ ସମସ୍ୟା ଦେଖା ଦେବ । ପତ୍ନୀଙ୍କ ସହ ମନୋମାଳିନ୍ୟ ହେବାର ସମ୍ଭାବନା ରହିଛି ।
କୁମ୍ଭ– କର୍ମ କ୍ଷେତ୍ରରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇପାରନ୍ତି । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିଛି ।
ମୀନ– ଧନ ଉପାର୍ଜନ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି । କିଛି ପୂର୍ବ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ହୋଇ ପାରନ୍ତି । ଖାଦ୍ୟରେ ନିୟନ୍ତ୍ରଣ ରଖନ୍ତୁ । ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବା । ପ୍ରେମ ସମ୍ପର୍କ ନିବିଡ଼ ହେବ ।
