ଆଞ୍ଚଳିକ

କିସରେ ମହାନ ଜନନାୟକ ପ୍ରଦ୍ୟୁମ୍ନ ବଳଙ୍କ ୯୨ ତମ ଜୟନ୍ତୀ ପାଳିତ

Spread the love

ମହାନ ଜନନାୟକ, ବିଶିଷ୍ଟ ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୨ ତମ ଜୟନ୍ତୀ ସମଗ୍ର ଓଡ଼ିଶାରେ ପାଳିତ ହେଉଥିବା ବେଳେ କିଟ୍‍, କିସ୍‍ ଓ କିମ୍‍ସ ପକ୍ଷରୁ ମଧ୍ୟ ପାଳିତ ହୋଇଛି । ଏହି ଅବସରରେ କିସ୍‍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ସ୍ମୃତିଚାରଣ କରିବା ଅବସରରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଲେ ସ୍ୱର୍ଗତ ବଳ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ ।ସ୍ୱର୍ଗତ ବଳଙ୍କ କାର୍ଯ୍ୟଧାରା, ସତ୍ୟନିଷ୍ଠା, ନିର୍ଭିକ ସାମ୍ବାଦିକତା, ସମାଜସେବା ଓ ଜନଜାତିଙ୍କ ବିକାଶ ସର୍ବଦା ଅନୁପ୍ରାଣୀତ କରିଆସିଛି । ସ୍ୱର୍ଗତ ବଳଙ୍କ ଯେଉଁ ଚିନ୍ତାଧାରା ଥିଲା ତାହା କିସରେ କାର୍ଯ୍ୟକାରୀ ହେଉଛି । ସ୍ୱର୍ଗତ ବଳ ସର୍ବଦା ସମାଜର ଅବହେଳିତ, ଗରିବ ଓ ଜନଜାତିଙ୍କ ଉନ୍ନତି କଥା ଚିନ୍ତା କରୁଥିଲେ ।ସ୍ୱର୍ଗତ ବଳଙ୍କ ପରି ନିର୍ଭିକ, ସ୍ପଷ୍ଟବାଦୀ ଓ ନୀତିବାନ୍ ହେବାକୁ ଅତିଥିମାନେ ଉପସ୍ଥିତ କିସ୍ ର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କିସ୍‍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  ।  ଏଥିରେ ପ୍ରତିଷ୍ଠାତା ଡ. ସାମନ୍ତଙ୍କ ସମେତ କିମ୍‍ସର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *