ସତସଙ୍ଗ ର ବରିଷ୍ଠ ସହପ୍ରତିରିତ୍ଵିକ ପତିତପାବନ ମହାନ୍ତିଙ୍କ ପରଲୋକ ଗମନ
ଭୁବନେଶ୍ୱର ତା 18-11-2024ସତସଙ୍ଗ ର ବରିଷ୍ଠ ସହପ୍ରତିରିତ୍ଵିକ ପତିତପାବନ ମହାନ୍ତି, ବୟାନବେ ବର୍ଷ ବୟସରେ ତା 17-11-24 ରିଖ ଭୁବନେଶ୍ୱର ସ୍ଥିତ ତାଙ୍କ ସହିଦନଗର ବାସଭବନ ରେ ଦେହତ୍ୟାଗ କରିଛନ୍ତି |ଶ୍ରୀ ମହାନ୍ତି ଜଗତସିଂହପୁର ଜିଲ୍ଲାର ତରାସାହି ଗ୍ରାମରେ ତା 23-09-1932 ମସିହାରେ ଜନ୍ମଗ୍ରହଣ କରିଥିଲେ| ଅନ୍ତିମ ସମୟରେ ତାଙ୍କର ପୁତ୍ର, ପୁତ୍ରବଧୂ ଓ ଆତ୍ମୀୟ ସ୍ୱଜନ ଗଣ ଉପସ୍ଥିତ ରହି ନୀଳାଚଳ ଧାମ ପୁରୀ ସ୍ୱର୍ଗ ଧାମ ଠାରେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ| ଭୁବନେଶ୍ୱର ସତସଙ୍ଗବିହାର ର ତତ୍ୱାବଧାରକ ସହ ପ୍ରତି ରିତ୍ଵିକ ଶ୍ରୀ ଅଭୟ କୁମାର ପରିଡା, ଶ୍ରୀ ମହାନ୍ତି ଙ୍କ ବାସଭବନ କୁ ନିୟମିତ ଯାଇ ଯୋଗାଯୋଗ ରଖନ୍ତି| ଏ ଦାରୁଣ ଖବର ଟି ସତସଙ୍ଗୀ ଭାଇ ଓ ମା ମାନଙ୍କ ମଧ୍ୟରେ ଗଭୀର ଶୋକ ର ଛାୟା ସୃଷ୍ଟି କରିଛି|1974 ମସିହାରେ ସମ୍ବଲପୁର ରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଦେଓଘର ( ଝାଡ଼ଖଣ୍ଡ ) ଆଶ୍ରମ ଯାଇ ଶ୍ରୀ ଶ୍ରୀ ବଡ଼ଦା ଙ୍କ ଆଧ୍ୟାତ୍ମିକ ଜୀବନ ଓ ବ୍ୟକ୍ତିତ୍ୱ ରେ ପ୍ରଭାବିତ ହୋଇ ସତଦୀକ୍ଷା ଗ୍ରହଣ କରିଥିଲେ|ଶ୍ରୀ ମହାନ୍ତି ଜଣେ ମିଷ୍ଟଭାଷୀ, ମେଳାପୀ, DSP ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଜନମାନସରେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ|ମୁଖ୍ୟତଃ ଭାବରେ ଶ୍ରୀ ଶ୍ରୀ ଠାକୁର ଙ୍କ ପ୍ରତି ଅଗାଧ ବିଶ୍ୱାସ, ନିଷ୍ଠା, ତ୍ୟାଗ, ଆନୁଗତ୍ୟ, ସମର୍ପଣ ଭାବ ଓ ଶ୍ରୀ ଶ୍ରୀ ଠାକୁର ଙ୍କୁ ପ୍ରତିଷ୍ଠା କରିବା ଦିଗରେ ଶ୍ରୀ ମହାନ୍ତି ଙ୍କର ଯେଉଁ ତ୍ୟାଗ ସମଗ୍ର ସତସଙ୍ଗ ଜଗତରେ ଏକ ବଳିଷ୍ଠ ଉଦାହରଣ ସୃଷ୍ଟି କରିବ ବୋଲି ବରିଷ୍ଠ ସହ ପ୍ରତି ରିତ୍ଵିକ ଶ୍ରୀ କୃପାନିଧି ବିଶ୍ୱାଳ ନିଜର ମତ ବ୍ୟକ୍ତ କରିବା ସଂଗେ ସଂଗେ ଶ୍ରୀ ମହାନ୍ତି ଙ୍କ ମୃତ୍ୟୁ ରେ ଗଭୀର ଶୋକ ପ୍ରକାଶ କରିଛନ୍ତି|
