ଅର୍ଥନୀତି

ବିଦେଶୀୟ ସଂପତ୍ତି ସଂପର୍କରେ ସୂଚନା ଦେବା ନିମନ୍ତେ ଆୟକର ବିଭାଗ ପକ୍ଷରୁ ଏକ ସଚେତନତା ଆରମ୍ଭ ହୋଇଛି

Spread the love

କଠୋର ହେଲା ଆୟକର ବିଭାଗ |ବିଦେଶରେ ଥିବା ସଂପତ୍ତି କିମ୍ବା ବିଦେଶରୁ ହେଉଥିବା ଆୟ ସଂପର୍କିତ ସୂଚନା ୨୦୨୪-୨୫ ଆକଳନ ବର୍ଷର ଆୟକର ରିଟର୍ଣ୍ଣ ଫର୍ମରେ ‌ଦେବାକୁ କୁହାଯାଇଛି। ଉକ୍ତ ସୂଚନା ଦେବାକୁ ବିଫଳ ହେଲେ କଳାଟଙ୍କା ନିରୋଧ ଆଇନ ୨୦୧୫ ଅନୁସାରେ ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି।ବ୍ୟାଙ୍କ ଆକାଉଣ୍ଟ, କୌଣସି ବ୍ୟବସାୟ କିମ୍ବା ସଂସ୍ଥାରେ ଆର୍ଥକ ସ୍ବାର୍ଥ, ଅସ୍ଥାବର ସଂପତ୍ତି, ଇକ୍ବିଟି ରାଶି ସମ୍ବଳିତ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ‌ଏଥିସହିତ କୌଣସି ବ୍ୟକ୍ତି ଯଦି କୌଣସି ପୁଞ୍ଜି ସଂପତ୍ତି ରହିଛି ସେ ସଂପର୍କରେ ମଧ୍ୟ ସୂଚନା ଦେବେ। ଯଦି ଆୟକରଦାତାମାନେ ଏସବୁ ବର୍ଗରେ ଆସୁଥାନ୍ତି ତାହେଲେ ସେମାନଙ୍କୁ ଆଇଟିଆର୍‌ର ବିଦେଶୀ ସଂପତ୍ତି କିମ୍ବା ବିଦେଶୀ ଆୟ ଉତ୍ସ ସିଡ୍ୟୁଲରେ ଦେବାକୁ ହେବ। ଏପରିକି ଯଦି ସେମାନଙ୍କ ଆୟ ଟିକସଯୋଗ୍ୟ ସୀମାଠାରୁ କମ୍‌ ହୋଇଥିବ ତାହେଲେ ବି ଏହି ତଥ୍ୟ ଦେବାକୁ ପଡ଼ିବ।

ଆଇଟିଆର୍‌ରେ ବିଦେଶୀ ସଂପତ୍ତି ସୂଚନା ପ୍ରକାଶ କରିବାରେ ବିଫଳ ହେଲେ କଳା ଟଙ୍କା ଏବଂ ଟିକସ ଆଇନ ୨୦୧୫ ଅଧୀନରେ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।

Leave a Reply

Your email address will not be published. Required fields are marked *