ରାଜ୍ୟ

ଓଡ଼ିଶା ଫେରିଲେ ଚାମ୍ପିଅନ ଓଡ଼ିଶା ହକି ଟିମ୍

Spread the love

୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚାମ୍ପିଅନସିପ୍ ଫାଇନାଲରେ ହରିୟାଣାକୁ ହରାଇ ଟାଇଟଲ ହାସଲ କରିଛି ଓଡ଼ିଶା । ଫାଇନାଲରେ ୫-୧ରେ ହରିୟାଣାକୁ ହରାଇଛି ।  ପ୍ରଥମ ଥର ପାଇଁ ଏହି ଟାଇଟଲ ହାତେଇଛି ଓଡ଼ିଶା ।ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ବିଜେତା ଦଳକୁ କ୍ରୀଡ଼ା ବିଭାଗ ତଥା ଉଲ୍ଲସିତ ହକିପ୍ରେମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି। ବିମାନବନ୍ଦରଠାରେ ଅନେକ ଯୁବ କ୍ରୀଡ଼ାବିତ୍ ଓ ପ୍ରଶଂସକମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ପଛୋଟି ନେଇଥିଲେ।ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ଓଡ଼ିଶା ହକି ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଦୀପଙ୍କର ମହାପାତ୍ର, ଯୁଗ୍ମ ସଚିବ ଶୈଳେନ୍ଦଅ ଜେନା, କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବିଭାଗ ପକ୍ଷରୁ ଓଡ଼ିଶା ହକି ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ।

ସୂଚନାଯୋଗ୍ୟ ଯେ, ୧୪ତମ ଜାତୀୟ ପୁରୁଷ ହକି ପ୍ରତିଯୋଗିତାର ଫାଇନାଲରେ ଓଡ଼ିଶା ୫-୧ ଗୋଲ୍‌ରେ ହରିୟାଣାକୁ ହରାଇ ପ୍ରଥମ ଥର ଟ୍ରଫି ଜିତିଥିଲା। ଏହି ମ୍ୟାଚ୍‌ରେ ଶିଲାନନ୍ଦ ଲାକ୍ରା ହ୍ୟାଟ୍ରିକ ଅର୍ଜନ କରିଥିଲା ବେଳେ ରଜତ ଆକାଶ ତିର୍କି ଓ ପ୍ରତାପ ଲାକ୍ରା ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଶିଲାନନ୍ଦ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *