ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି
ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ ରତ୍ନଭଣ୍ଡାରର ମରାମତି କାମ କରିପାରିନଥିଲା। ହେଲେ ଏବେ ମରାମତି କାମ ଆରମ୍ଭ ହେବ। ଏନେଇ ଏଏସଆଇ ପକ୍ଷରୁ ପ୍ରସ୍ତୁତି ସରିଛି। ମୁଁ ଆଶା କରୁଛି, ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି।
