ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିମାନର ଜରୁରୀ ଅବତରଣ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିମାନ ବୈଷୟିକ ତ୍ରୁଟି ଯୋଗୁଁ ଆଗ୍ରାରେ ଜରୁରୀ ଅବତରଣ କରିଥିଲା । ବିମାନ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ପୁଣି ଫେରିଆସିଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନ୍ୟ ଏକ ବିମାନରେ ଆଗ୍ରାରୁ ଲକ୍ଷ୍ନୌ ଗସ୍ତ କରିଥିଲେ ।ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଯାତ୍ରାକୁ ସୁବିଧାଜନକ କରିବା ପାଇଁ ଦିଲ୍ଲୀରୁ ଅନ୍ୟ ଏକ ବିମାନ ପଠାଯାଇଥିଲା । ସୁରକ୍ଷା ଯାଞ୍ଚ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ନୂଆ ବିମାନରେ ଲକ୍ଷ୍ନୌ ଫେରିଥିଲେ । ବିମାନ ଜରୁରୀ ଅବତରଣ କରିବା ପରେ ଯୋଗୀ ଘଣ୍ଟାଏ ଯାଏଁ ଏୟାରପୋର୍ଟ ଲାଉଞ୍ଜରେ ଅପେକ୍ଷା କରିଥିଲେ । ଯୋଗୀଙ୍କ ପାଖରେ ସିପି, ଜିଲ୍ଲାପାଳ ସହିତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

