କାଳବୈଶାଖୀ ପରେ ପୁଣି ବଢ଼ିଲା ତାତି
ବିଭିନ୍ନ ସ୍ଥାନରେ ୨ ରୁ ୪ ଡିଗ୍ରୀ ବଢ଼ିଛି ତାପମାତ୍ରା । ୨ ଦିନ ପର୍ଯ୍ୟନ୍ତ ପାଗରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ୨୯ରୁ ପୁଣି କଲବଲ କରିବ ତାତି । ଗ୍ରୀଷ୍ମ ପ୍ରବାହ ପାଇଁ ୨୯ ତାରିଖରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୯ରେ ସୋନପୁର, ବଲାଙ୍ଗିର, ବୌଦ୍ଧ କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ୨୮ ତାରିଖ ବେଳକୁ ବୌଦ୍ଧ, ଭବାନୀପାଟଣା ଓ ବଲାଙ୍ଗୀର ତାପମାତ୍ରା ୪୦ ଡିଗ୍ରି ଛୁଇଁବ । କ୍ରମଶଃ ଏହା ବୃଦ୍ଧି ପାଇ ୩୦ ତାରିଖ ବେଳକୁ ବୌଦ୍ଧ, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ସୋନପୁର ତାପମାତ୍ରା ୪୨ ଡିଗ୍ରି ଟପିଯିବ ।

