ପୁଅକୁ ମାରି ଫ୍ୟାନରେ ଝୁଲାଇ ଦେଲା ବାପା
କେନ୍ଦୁପଦର ସାହିର ପ୍ରମୋଦ ବଗର୍ତ୍ତୀ ଓ ତାଙ୍କ ପୁଅ ଅଭିଜିତ ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା । ଏନେଇ ମୃତ ଅଭିଜିତର ମାଆ ପୂର୍ବରୁ ଥାନାରେ ଏତଲା ଦେଇଥିଲେ । ଆଗକୁ ଏହିପରି କୌଣସି ଭୁଲ ନକରିବାକୁ ଥାନାରେ କହିଥିଲା ଅଭିଯୁକ୍ତ ପ୍ରମୋଦ । ତେବେ ଗତକାଲି ରାଗରେ ବାପା ପୁଅକୁ ମାରି ଦେବା ପରେ ଜୀବନ ହାରିଥିବା ରୂପ ଦେବାକୁ ଫ୍ୟାନରେ ଝୁଲାଇଦେଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି । ଦୋଷୀକୁ କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି । ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ଟାଉନ ଥାନା ଅଧିକାରୀ ।

