ରାଜ୍ୟ

ଏହି ତାରିଖରେ ୩୦ ଟଙ୍କା ହୋଇଯିବ ଟମାଟୋ

Spread the love

ଚିନ୍ତାରେ ପକାଇଛି ଟମାଟୋ ର ଆକାଶ ଛୁଆଁ ଦର। ଅଧିକାଂଶ ଅଞ୍ଚଳରେ ୨୦୦ ଟଙ୍କା ପ୍ରତି କିଲୋ ପ୍ରତି ବିକ୍ରି ହେଉଛି। ତେବେ ଆଉ ମାତ୍ର କିଛି ଦିନ ଅପେକ୍ଷା କରନ୍ତୁ ୩୦ ଟଙ୍କାରେ ପାଇପାରିବେ ଟମାଟୋ। ବହୁତ ଶିଘ୍ର ଟମାଟୋ ଦର କମିବ ବୋଲି ସୂଚନା। କେନ୍ଦ୍ର ସରକାରଙ୍କ ହସ୍ତକ୍ଷପ ପରେ ଟମାଟୋ ଦର କମିବା ଆରମ୍ଭ କରିଛି। ବିଶେଷଜ୍ଞଙ୍କ କହିବାନୁସାରେ ଆସୁଥିବା ସମୟମାନଙ୍କରେ ଟମାଟୋର ଦରରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି। ଏକ ରିପୋର୍ଟ ଅନୁସାରେ ଅଗଷ୍ଟ ମଧ୍ୟଭାଗରେ ଟମାଟୋ କିଲୋ ପ୍ରତି ୩୦ ଟଙ୍କା ହେବା ନେଇ ଆଶଙ୍କା କରାଯାଉଛି। ଟମାଟୋର ଦର ସବୁବେଳେ ଜୁଲାଇ ଏବଂ ଅଗଷ୍ଟ ମାସରେ ବଢିଥାଏ। ଏହାର ପଛର କାରଣ ହେଉଛି, କମ୍‌ ଉତ୍ପାଦନ ବ୍ୟତିତ ମନସୁନ୍‌ ପାଇଁ ସପ୍ଲାଇ ଚେନ୍‌ ରେ ବାଧାପ୍ରାପ୍ତ ହୋଇଥାଏ। ଚଳିତ ବର୍ଷ ମଧ୍ୟ କିଛି ରାଜ୍ୟରେ ପ୍ରବଳ ବର୍ଷା ଏବଂ ବନ୍ୟା ସ୍ଥିତି ଉପୁଯିବାରୁ ଟମାଟୋର ସପ୍ଲାଇରେ ବାଧାପ୍ରାପ୍ତ ହୋଇଥିଲା। ଯେଉଁଥିପାଇଁ ଟମାଟୋ ଦର ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *