ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ । ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ । ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରଦର୍ଶନୀକୁ ଦେଖିପାରିବେ । ଏହା ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଦେୟମୁକ୍ତ । ସାଂସ୍କୃତିକ କାର୍ୟ୍ୟକ୍ରମ ସହ ବିଭିନ୍ନ ଗ୍ୟାଲେରୀର ରହିଥିବା ଷ୍ଟଲ ବୁଲି ଦେଖି ପାରିବେ ବୋଲି ଶୁକ୍ରବାର ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନରେ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ପର୍ଯ୍ୟଟନରୁ ଆରମ୍ଭ କରି ବିଜ୍ଞାନ ପର୍ୟ୍ୟନ୍ତ ଏହି ପ୍ରଦର୍ଶନୀରେ ବହୁ ଶିକ୍ଷଣୀୟ ଜିନିଷ ରହିଥିବାରୁ ସମସ୍ତେ ଏହାକୁ ଦେଖିବା ଉଚିତ୍ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡା କହିଥିଲେ ।

