ଆଞ୍ଚଳିକ

କିସ୍‍ ଆଥଲେଟିକ୍‍ ଷ୍ଟାଡିୟମରେ ଚାଲିଛି ୩୧ତମ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ

Spread the love

ଶ୍ରୀ ହନୁମାନ ଭକ୍ତମଣ୍ଡଳୀ ପକ୍ଷରୁ ଆଜି ୩୧ତମ ବିଶାଳ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ କିସ୍‍ ଆଥଲେଟିକ୍‍ ଷ୍ଟାଡିୟମ୍‍ ନିକଟ ପଡ଼ିଆରେ ଅନୁଷ୍ଠିତ ହେବ । ଏହା ହେଉଛି ଭାରତର ଅନ୍ୟତମ ବିରାଟ ହନୁମାନ ଚାଳିଶା ମହାଯଜ୍ଞ ।  ଆଜି ସକାଳ ୯ଟାରେ ୧୦୮ ସାମୂହିକ ହନୁମାନ ଚାଳିଶା ପାଠ ଓ ସନ୍ଧ୍ୟା ୭ ଘଟିକାରେ ସାମୂହିକ ସୁନ୍ଦରକାଣ୍ଡ ପାଠ ଅନୁଷ୍ଠିତ ହେବ ।  ଭୁବନେଶ୍ୱର ୟୁନିଟ୍‍-୧ ସ୍ଥିତ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାତା ସଭାପତି ବାବା ରାମନାରାୟଣ ଦାସଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘ ୩୧ ବର୍ଷ ହେଲା ଏହି ବିଶାଳ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି ।କିଟ୍‍ କ୍ୟାମ୍ପସ୍‍ ୧୪ ଦେଇ ଆପଣମାନେ ଏହି ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ ସ୍ଥଳକୁ ଯାଇପାରିବେ ।  ଏଠାରେ ଭକ୍ତମାନଙ୍କ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି । ଏହି ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞରେ ବିପୁଳ ସଂଖ୍ୟାରେ ଭକ୍ତ ଯୋଗଦେଇ ପ୍ରଭୁ ହନୁମାନଙ୍କ କୃପା ଲାଭ କରିବା ପାଇଁ ଶ୍ରୀ ହନୁମାନ ଭକ୍ତ ମଣ୍ଡଳୀ ପକ୍ଷରୁ ଅନୁରୋଧ କରାଯାଇଛି

Leave a Reply

Your email address will not be published. Required fields are marked *