ଅର୍ଥନୀତି

ଲଞ୍ଚ ହେବ ନୂଆ ଇଲେକ୍ଟ୍ରିକ କାର , AIରେ ଚାଲିବ ହୋଣ୍ଡା କାର

Spread the love

ହୋଣ୍ଡା ଆଣୁଛି ଏଭଳି ଏକ ନୂଆ ଇଲେକ୍ଟ୍ରିକ କାର । ଏହାର ଡିଜାଇନ୍ ଏତେ ସୁନ୍ଦର ହୋଇଛି ଯେ ଆପଣଙ୍କ ଆଖି ଲାଖି ହୋଇ ରହିଯିବ ।ହୋଣ୍ଡା ଏହି କାରର କନସେପ୍ଟ ମଡେଲର ଝଲକ ରିଭିଲ କରିସାରିଛି । ହୋଣ୍ଡା ଏହାର ୟୁଟ୍ୟୁବ୍ ଚ୍ୟାନେଲରେ କହିଛି ଯେ ସାଧାରଣତଃ ଇଲେକ୍ଟ୍ରିକ କାରଗୁଡିକ ବହୁତ ମୋଟା ଏବଂ ଭାରୀ ହୋଇଥାଏ କିନ୍ତୁ ଆମେ ଏଭଳି କାର ଆଣିବାକୁ ଯାଉଛୁ ଯାହା ବହୁତ ହାଲୁକା ହେବ ।ହୋଣ୍ଡାର ନୂଆ ଇଲେକ୍ଟ୍ରିକ କାରର ଡିଜାଇନ୍ ଫ୍ୟୁଚରିଷ୍ଟିକ ହେବାକୁ ଯାଉଛି । କାହିଁକି ନା ହୋଣ୍ଡା ଏହି କାରରେ AI ବ୍ୟବହାର କରିବ । ହୋଣ୍ଡାର ଏହି ଇଭି ଲାଟେଷ୍ଟ ଫିଚର ଏବଂ ପରଫରମାନ୍ସ ସହିତ ଆସିବ । ସେଫଟି ପାଇଁ ଏହି ଗାଡିରେ ADAS ଫିଚର ଯୋଡ଼ା ଯିବ । ଡ୍ରାଇଭ ବେଳେ ଏହି କାର ଭଲ ଫିଲ ଦେବ ।

ହୋଣ୍ଡାର ଏହି ଇଲେକ୍ଟ୍ରିକ୍ କାରର ଡିଜାଇନ୍ ଏତେ ବଢିଆ ରହିଛି ଯେ ଏହା ଗ୍ରାହକଙ୍କୁ ନିଶ୍ଚିତ ପସନ୍ଦ ଆସିବ । ଏହି କାରର ଡିଜାଇନ୍ ଫ୍ରଣ୍ଟରୁ ଗୋଟିଏ କର୍ଭରେ ଆରମ୍ଭ ହୋଇ ବ୍ୟାକ ପର୍ଯ୍ୟନ୍ତ ରହିବ । କାରର ଲୁକକୁ ଖାସ କରିବା ପାଇଁ ସାଇଡ ୱିଣ୍ଡୋରେ ସିଙ୍ଗଲ ଗ୍ଲାସ୍ ପ୍ୟାନେଲ୍ ଲଗାଯାଇଛି ।

ହୋଣ୍ଡା ୨୦୨୬ ମସିହାରେ ଗ୍ଲୋବାଲ ମାର୍କେଟରେ ଏହାର ନୂଆ ଇଭି ସିରିଜ୍ ଲଞ୍ଚ କରିବ । Honda 0 ସିରିଜ୍ ପ୍ରଥମେ ଉତ୍ତର ଆମେରିକାର ମାର୍କେଟରେ ଲଞ୍ଚ ହେବ । ହୋଣ୍ଡା କାରରେ ଦିଆଯାଇଥିବା ନୂଆ H ଚିହ୍ନରୁ ଜଣା ପଡୁଛି ଯେ ଅଟୋମେକର୍ ଦୁନିଆକୁ ଏକ ନୂଆ ଜେନେରେସନର ଇଭି ଦେବାକୁ ପ୍ରସ୍ତୁତ ହେଉଛି । ଏହି ଲାଟେଷ୍ଟ କାରରେ ଲୋକମାନେ ବସିବା ପାଇଁ ଭଲ ସ୍ପେସ ରହିବ ଏବଂ ଗାଡି ଚଳାଇବା ପାଇଁ ବହୁତ ଟେକ୍ନୋଲୋଜି ରହିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *