ଅର୍ଥନୀତି

ଏସାର ଗ୍ରୁପ୍‌ ଅଧ୍ୟକ୍ଷ ଶଶିକାନ୍ତ ରୁଇଆଙ୍କ ପରଲୋକ

Spread the love

ଦୀର୍ଘଦିନ ହେଲା ଅସୁସ୍ଥ ଥିବା ଶଶିକାନ୍ତଙ୍କର ମୃତ୍ୟୁ ନଭେମ୍ବର ୨୫ ତାରିଖ ରାତି ୧୧ଟା ୫୫ରେ ମୁମ୍ବାଇଠାରେ ହୋଇଛି । ଆମେରିକାରେ ଚିକିତ୍ସିତ ହେଉଥିବା ଶଶିକାନ୍ତଙ୍କୁ ପ୍ରାୟ ମାସକ ପୂର୍ବେ ଭାରତକୁ ଅଣାଯାଇଥିଲା। ତାଙ୍କର ପତ୍ନୀ ମଞ୍ଜୁ ଏବଂ ଦୁଇ ପୁଅ ପ୍ରଶାନ୍ତ ଓ ଅଂଶୁମାନ ଅଛନ୍ତି। ଶଶିକାନ୍ତଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତାରେ ମୋଦୀ କହିଛନ୍ତି ଯେ ଶଶିକାନ୍ତ ବିଶ୍ବ ଶିଳ୍ପ ଜଗତରେ ଜଣେ ବିରାଟ ବ୍ୟକ୍ତି ଥିଲେ। ତାଙ୍କ ନିକଟରେ ବ୍ୟାପକ ଜ୍ଞାନ ରହିଥିଲା। ଆମ ଦେଶକୁ କିଭଳି ଉନ୍ନତ କରାଯାଇ ପାରିବ ସେ ସଂପର୍କରେ ସର୍ବଦା ଆଲୋଚନା କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *