ରାଜ୍ୟ

ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍

Spread the love

ନୟାଗଡ଼ର ନୂଆଗାଁ ଥାନା ସୋରଡ଼ା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜୟ ମା’ ତାରିଣୀ ବସ୍ ରାଇକିଆରୁ ଭୁବନେଶ୍ବର ଆସିବା ସମୟରେ ନୂଆ ଗାଁ ଥାନା ସୋରଡା ଛକରେ ଏହି ଦୁର୍ଘଟଣା ଘଟିଛି ।  ଆହତଙ୍କ ମଧ୍ୟରେ କିଛି ଗୁରୁତର ଅଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ହସ୍ପିଟାଲ ପଠାଇଛନ୍ତି । ଜଣେ ମୃତ ୩୦ରୁ ଅଧିକ ଆହତ ହୋଇଛନ୍ତି | ପରେ ପରେ ନୂଆ ଗାଁ ପୋଲିସ, ନୟାଗଡ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କିଛି ଲୋକ ବସ୍ ତଳେ ଚାପି ହୋଇଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ପରେ ବସଟି ରାସ୍ତାରେ ପଡ଼ି ଥିବାରୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି ।

Leave a Reply

Your email address will not be published. Required fields are marked *