ରାଜ୍ୟ

ଅକ୍ଷୟ ତୃତୀୟା ରେ ୫୦ ଲକ୍ଷ୍ୟ ଚାଷୀ ପାଇଲେ ସି ଏମ କିଷାନ ଟଙ୍କା

Spread the love

ଅକ୍ଷୟ ତୃତୀୟାରେ ବିହନ ଅନୁକୂଳ କଲା ଚଷା ପୁଅ, ୫୦ଲକ୍ଷ ଅନ୍ନଦାତାଙ୍କ ଖାତକୁ ମୁଖ୍ୟମନ୍ତ୍ରୀ ପଠାଇଲେ ସିଏମ୍ କିଷାନ ଟଙ୍କା…ଆଜ୍ଞାମାଳ ପରେ ପୁରୀରେ ରଥ ନିର୍ମାଣର ଶୁଭାରମ୍ଭ, ଏଣେ ସୁନା କିଣିବାକୁ ଗ୍ରାହକଙ୍କ ଭିଡ଼…

ଆଜି ପବିତ୍ର ଅକ୍ଷୟ ତୃତୀୟା। କିଏ ଅକ୍ଷି ମୁଠି ଅନୁକୂଳ କରି କ୍ଷେତରେ ବିହନ ବୁଣିଛନ୍ତି ତ ଆଉ କିଏ ବିଶ୍ବାସ ଓ ପରମ୍ପରା ଆଧାରରେ ସୁନା କିଣିଛନ୍ତି ସମୃଦ୍ଧି ଆଶାରେ। ତାହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭୁବନେଶ୍ବର OUAT ଫାର୍ମରେ ଅଖିମୁଠି ଅନୁକୂଳ ସହ ସିଏମ୍ କିଷାନ ଟଙ୍କା ପଠାଇଛନ୍ତି ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ।

କିଏ ମୁଣ୍ଡରେ ଠେକା ବାନ୍ଧିଛନ୍ତି ତ ଆଉ କିଏ ପିନ୍ଧିଛନ୍ତି ମୁକୁଟ। କିଏ କାନ୍ଧରେ ଉତ୍ତରୀୟ ପକାଇଛନ୍ତି ତ ଆଉ କିଏ ଧାରଣ କରିଛନ୍ତି ନୂଆ ବେଶ ପୋଷାକ। କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟାରେ ରାଜ୍ୟର ୩ଟି ଦଳର ନେତାଙ୍କ ଥିଲା ଏଭଳି ଗେଟ୍ ଅପ୍। ବିଜେଡି ଓ କଂଗ୍ରେସ ନେତା ବେଶଭୂଷାରେ ଆସି ଭୁବନେଶ୍ବର ଉପକଣ୍ଠରେ ଅନୁକୂଳ କରିଥିଲେ ଅକ୍ଷି ମୁଠି। ଆଉ ଭୁବନେଶ୍ବର ଓୟୁଏଟି ଫାର୍ମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖାଲି ପାଦରେ ଜମିକୁ ଓହ୍ଲାଇଥିଲେ। ହଳ କଲେ, ଅକ୍ଷି ମୁଠି ଅନୁକୂଳ କଲେ। ସାଙ୍ଗରେ ଥିଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଅକ୍ଷିମୁଠି ଅନୁକୂଳ ପରେ ମଞ୍ଚ ଉପରୁ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିଥିଲେ ସିଏମ୍ କିଷାନ ଟଙ୍କା। ୫୦ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ DBT ମାଧ୍ୟମରେ ପଠାଇଥିଲେ ହଜାରେ କୋଟିରୁ ଅଧିକ ଟଙ୍କା। ତା’ସହ ଚାଷୀଙ୍କ ପାଇଁ ଗତ ସରକାର ଶହେ ଟଙ୍କା ବୋନସ୍ ଘୋଷଣା କରିଥିଲେ ବି କିପରି ଆଖିବୁଜିଦେଲେ ତାକୁ ନେଇ ବି ସଭାମଞ୍ଚରୁ ନିଶାନା କରିଥିଲେ ସିଏମ୍ ମୋହନ ମାଝୀ।

Leave a Reply

Your email address will not be published. Required fields are marked *