odishaରାଜ୍ୟ

ବନ୍ୟା ପରିସ୍ଥିତି ପାଇଁ ଯାତାୟାତ ବାଧାପ୍ରାପ୍ତ

Spread the love

ଭଦ୍ରକ: ବନ୍ୟା ପାଣି କମିବାରେ ଲାଗିଛି, ପ୍ରଶାସନ ସଜାଗ ରହିଛି | ବନ୍ୟା ଜଳ ଆସି ଭଦ୍ରକର ୩ଟି ବ୍ଲକ ପ୍ରଭାବିତ ହୋଇଥିଲା ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା | ଭଣ୍ଡାରିପୋଖରୀ ବ୍ଲକର ୪ଟି ପଞ୍ଚାୟତ, ଧାମନଗର ବ୍ଲକର ୨୫ ଟି ପଞ୍ଚାୟତ ଓ ଚାନ୍ଦବାଲି ବ୍ଲକର ଗୋଟିଏ ପଞ୍ଚାୟତର ପ୍ରାୟ ୧ଲକ୍ଷ ୮୮ ହଜାର ଲୋକ ପ୍ରଭାବିତ ହୋଇଥିଲେ । ଏବେ ବହୁ ସ୍ଥାନରେ ପାଣି କମିବାରେ ଲାଗିଛି ଏବଂ ପ୍ରଶାସନ ତରଫରୁ ସ୍ଥାନେ ସ୍ଥାନେ ବନ୍ୟା ବିପନ୍ନଙ୍କୁ ରିଲିଫ୍ ବଣ୍ଟାଯାଉଛି । ଧାମନଗର ବ୍ଲକର ୪ ଟି ପଞ୍ଚାୟତ ତଥା ସୋହଡା, ପ୍ରଧାନୀ, ଅର୍ଜୁନପୁର ଓ ହସନାବାଦକୁ ବନ୍ୟା ପାଣି ଘେରି ରହିଥିଲା । ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ସହ ପଲିଥିନ୍ ବଣ୍ଟାଯାଇଛି।

ବିଭିନ୍ନ ଗାଁର ଟିୱେଲ ଗୁଡ଼ିକୁ ବିଶୁଦ୍ଧ କରାଯାଇ ପାଣିର ମାନ ଯାଞ୍ଚ କରାଯାଉଛି। ବନ୍ୟାଞ୍ଚଳରେ ମେଡିକାଲ ଟିମ୍ ସଜାଗ ରହିଛି। କ୍ଷୟକ୍ଷତିର ଆକଳନ କରୁଛନ୍ତି ଜିଲ୍ଲା କୃଷି ଅଧିକାରୀ । ବନ୍ୟାପାଣିରେ କେତେ ଚାଷ ଜମି କ୍ଷୟକ୍ଷତି ହୋଇଛି ତାହାର ଆକଳନ କରାଯାଇ ରିପୋର୍ଟ ଆସିବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ ବୋଲି ଭଦ୍ରକ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାୟ କହିଛନ୍ତି ।

 

Leave a Reply

Your email address will not be published. Required fields are marked *