ଦେଶ ବିଦେଶ

୧ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଟଙ୍କା ସହ ମଦ, ନିଶାସାମଗ୍ରୀ ଜବତ

Spread the love

ମହାରାଷ୍ଟ୍ର, ଝାଡ଼ଖଣ୍ଡ ସମେତ ୪୮ଟି ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ‌କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପ୍ରକ୍ରିୟାରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ଚଢ଼ଉ କରାଯାଇ ୧ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଟଙ୍କା, ମଦ, ନିଶାସାମଗ୍ରୀ ଜବତ ହୋଇଛି। ନିର୍ବାଚନ କମିସନ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୨୦୧୯ରେ ମହାରାଷ୍ଟ୍ରରୁ ୧୦୩.୬୧ କୋଟି ଟଙ୍କାର ନଗଦ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଥିଲା।ସେହିଭଳି, ଝାଡ଼ଖଣ୍ଡରୁ ନଗଦ ୧୪.୮୪ କୋଟି ଟଙ୍କା, ୭.୮୪ କୋଟି ଟଙ୍କା ମୂଲ୍ୟର ମଦ, ୧୪.୮୪ କୋଟି ଟଙ୍କାର ନିଶାଦ୍ରବ୍ୟ, ୮.୩୮ କୋଟି ଟଙ୍କା ମୂଲ୍ୟର ମୂଲ୍ୟବାଦ ଧାତୁ, ୧୫୨.୨୨ କୋଟି ଟଙ୍କାର ମାଗଣା ବଣ୍ଟନ ସାମଗ୍ରୀ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *