ଦେଶ ବିଦେଶ

ଅଗଷ୍ଟ ୨୭ ପର୍ଯ୍ୟନ୍ତ ବଢ଼ିଲା ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନ୍ୟାୟିକ ହେପାଜତ

Spread the love

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି କୋର୍ଟରୁ ଝଟ୍‌କା ମିଳିଛି । ସିବିଆଇ ଦ୍ୱାରା ପଞ୍ଜିକୃତ ଦୁର୍ନୀତି ମାମଲାରେ ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କେଜ୍ରିଓ୍ଵାଲଙ୍କ ନ୍ୟାୟିକ ହେପାଜତର ଅବଧି ଶେଷ ହେବା ପରେ ତାଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା ।

ସ୍ୱତନ୍ତ୍ର ଜଜ୍ କାଭେରୀ ବାୱେଜା କେଜ୍ରିୱାଲଙ୍କ ହେପାଜତକୁ ଅଗଷ୍ଟ ୨୭କୁ ବଢ଼ାଇଛନ୍ତି । କେଜ୍ରିୱାଲଙ୍କ ବିରୋଧରେ ସିବିଆଇ ଦ୍ୱାରା ଦାଖଲ ସପ୍ଲିମେଣ୍ଟାରୀ ଚାର୍ଜସିଟ ଉପରେ କୋର୍ଟ ଅଗଷ୍ଟ ୨୭ରେ ବିଚାର କରିପାରନ୍ତି ।

ସିଏମ୍ କେଜ୍ରିୱାଲଙ୍କୁ ଇଡି ମାମଲାରେ ଜାମିନ ମିଳିଥିଲା, କିନ୍ତୁ ସିବିଆଇ ତାଙ୍କୁ ଗିରଫ କରିଥିବାରୁ ସେ ମୁକ୍ତ ହୋଇପାରି ନାହାନ୍ତି । ଗତ ସପ୍ତାହରେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଥିଲେ । ତେବେ ଗିରଫଦାରୀ ବିରୋଧରେ ଦିଆଯାଇଥିବା ପିଟିସନ ଉପରେ କୋର୍ଟ ସିବିଆଇକୁ ନୋଟିସ ଜାରି କରିଥିଲେ । ସିଏମ୍‌ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୩ରେ ହେବ ।

ଅନ୍ୟପକ୍ଷରେ ଦିଲ୍ଲୀ ହାଇକୋର୍ଟ ସିଏମ୍‌ କେଜ୍ରିଓ୍ଵାଲଙ୍କ ଆବେଦନକୁ ଅଗଷ୍ଟ ୫ରେ ଖାରଜ କରିଥିଲେ, ଯେଉଁଥିରେ ସେ ସିବିଆଇ ଦ୍ୱାରା ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ । ଅନ୍ତରୀଣ ଜାମିନ ଦେବାକୁ ହାଇକୋର୍ଟ ମନା କରିଦେଇଥିଲେ । କହି ରଖୁଛୁ, ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍‌ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ମାମଲାରେ ଜାମିନ ମିଳିଥିବା ବେଳେ ସଞ୍ଜୟ ସିଂଙ୍କୁ ମଧ୍ୟ ଏହି ମାମଲାରେ ଜାମିନ ମିଳିଛି ।

Leave a Reply

Your email address will not be published. Required fields are marked *