ଏଏସଓ ଚାକିରି ବିକ୍ରି ପ୍ରସଙ୍ଗ ତାତି
ଏଏସଓ ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ଶନିବାର ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ବିବୃତିକୁ ବିରୋଧ କରି ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିବା ସହିତ ନାରାବାଜି କରିଥିଲେ।ଶୁକ୍ରବାର ମୁଖ୍ୟମନ୍ତ୍ରୀ କହିଥିଲେ ଏଏସଓ ଚାକରି ୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଶନିବାର ବିରୋଧୀ ଏହାକୁ ନେଇ ଗୃହରେ ନାରାବାଜି କରିଥିଲେ । କିଏ ଏବଂ କେଉଁଠି ଏଏସଓ ଚାକିରି ବିକ୍ରି କରିଥିଲେ, ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିରୋଧୀ ଦାବି କରିଥିଲେ ।

