୯ରୁ ବଢିବ ଶୀତ
ଶୀତ ପୁଣି ଫେରିବ। ରାଜ୍ୟରେ ତାପମାତ୍ରା କମିବ। ଶନିବାରଠାରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇବା ସହିତ ଥଣ୍ଡା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୯ ତାରିଖରୁ ତାପମାତ୍ରା କମିବା ସହିତ ଥଣ୍ଡା ପୁଣି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି |ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରରେ ୯ ତାରିଖରୁ ରାତି ତାପମାତ୍ରା କମିବ। ୧୦ ତାରିଖରୁ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ରାତି ତାପମାତ୍ରା କମିବାର ସମ୍ଭାବନା ରହିଛି। ଏହାଯୋଗୁ ଶନିବାର ସ୍ୱଳ୍ପ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଦକ୍ଷିଣ ଆଭ୍ୟନ୍ତରରେ ୮ ତାରିଖରେ ସ୍ୱଳ୍ପ କୁହୁଡ଼ି ଦେଖାଯିବ।

