ଦେଶ ବିଦେଶ

ବିହାରରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଏକ ପରିବାର ଗୁଗଲ୍‌ ମ୍ୟାପକୁ ଭରସା କରି ଜଙ୍ଗଲ ଭିତରେ ରାତି ବିତାଇଲେ ପୂରା ପରିବାର

Spread the love

ବିହାରରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଏକ ପରିବାର ଗୁଗଲ୍‌ ମ୍ୟାପ୍‌ ମାୟାରେ ବାୟା ହୋଇ ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶିଯାଇଥିଲେ |ପରିବାର ଯାତ୍ରା କରୁଥିବା ବେଳେ ବାଟ ପାଇଁ ଯେତେବେଳେ ସେମାନେ ମ୍ୟାପ୍‌ର ବ୍ୟବହାର କରିଥିଲେ ସେମାନଙ୍କୁ ଶିରୋଲି ଏବଂ ହେମାଡାଗା ନିକଟ ଜଙ୍ଗଲ ଦେଇ ଏକ ଛୋଟ ମାର୍ଗକୁ ନିର୍ଦ୍ଦେଶ ଦେଇଥିଲା ‌ମ୍ୟାପ୍‌। ବିପଦ ବିଷୟରେ ଜାଣି ନ ଥିବାରୁ ପରିବାର ପ୍ରାୟ ଆଠ କିଲୋମିଟର ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ପ୍ରବେଶ କରିଥିଲେ। ସେଠାରେ କୌଣସି ମୋବାଇଲ୍ ନେଟୱାର୍କ ନଥିଲା ଏବଂ ଜଙ୍ଗଲରୁ ବାହାରିବା ପାଇଁ ସ୍ପଷ୍ଟ ରାସ୍ତା ନଥିଲା।ସେମାନଙ୍କ ବାଟ ଖୋଜିବାକୁ ବାରମ୍ବାର ଉଦ୍ୟମ ସତ୍ତ୍ୱେ ପରିବାରଲୋକେ ଜଙ୍ଗଲରେ ନିଜ କାରରେ ରାତି କଟାଇବାକୁ ବାଧ୍ୟ ହୋଇଥିଲେ।

Leave a Reply

Your email address will not be published. Required fields are marked *