ଦେଶ ବିଦେଶ

ଡିଜେଲ୍ ଜେନେରେଟର, କୋଇଲା ତନ୍ଦୁର ଉପରେ ଲାଗିଲା ରୋକ୍

Spread the love

ଦିଲ୍ଲୀ-ଏନସିଆରରେ ବାୟୁ ଆହୁରି ଅଧିକ ବିଷାକ୍ତ ହୋଇଯାଇଛି । ଦିଲ୍ଲୀର ଆନନ୍ଦ ବିହାରରେ ଆଜି ଏୟାର କ୍ଵାଲିଟି ଇଣ୍ଡେକ୍ସ (AQI) ୩୭୦ ଅତିକ୍ରମ କରିଛି । ଜାହାଙ୍ଗିରପୁରୀରେ AQI ଇଣ୍ଡେକ୍ସ ୩୬୦ ଥିବା ବେଳେ ଶାଦୀପୁରରେ ୩୫୦ ଉପରେ ରହିଛି । ଦିନକୁ ଦିନ ବାୟୁ ବିଷାକ୍ତ ହେବା ଭିତରେ ମଙ୍ଗଳବାରଠାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP) ଫେଜ୍-୨ ଲାଗୁ କରାଯାଇଛି ।

ଆଜି ସକାଳ ୮ଟାରୁ ଦିଲ୍ଲୀରେ ଡିଜେଲଚାଳିତ ଜେନେରେଟର ଉପରେ ପ୍ରତିବନ୍ଧକ ଲଗାଯାଇଛି । କୋଇଲାଚାଳିତ ତନ୍ଦୁର ମଧ୍ୟ ବନ୍ଦ କରି ଦିଆଯାଇଛି । ଦିଲ୍ଲୀ ସରକାରଙ୍କର ‘ରେଡ୍ ଲାଇଟ ଅନ୍ ଗାଡ଼ି ଅଫ୍’ ଅଭିଯାନ ବି ଆଜିଠାରୁ ଆରମ୍ଭ ହୋଇଛି । ଏତିକି ନୁହେଁ, ଦିଲ୍ଲୀରେ ଗାଡ଼ିଗୁଡ଼ିକର ଯାତାୟାତକୁ ବନ୍ଦ କରିବା ପାଇଁ ପାର୍କିଂ ଫିସ୍ ମଧ୍ୟ ବଢ଼ାଇ ଦିଆଯାଇଛି ।

ଦିଲ୍ଲୀରେ ବାୟୁର ଖରାପ ଗୁଣାବତ୍ତାକୁ ନଜରରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ GRAP ଫେଜ୍-୨ ଲାଗୁ କରିଛି । ଗ୍ରାପ୍ ଫେଜ୍-୨ ଲାଗୁ ସମୟରେ ଜରୁରୀକାଳୀନ ଏବଂ ଆବଶ୍ୟକ ସେବାକୁ ଛାଡ୍ କରାଯାଇଛି । ଏଥିରେ ଚିକିତ୍ସା, ରେଳ ସେବା, ମେଟ୍ରୋ, ଏମ୍ଆରଟିଏସ୍, ବିମାନ ସେବା ଏବଂ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଆଦି ଅନ୍ତର୍ଭୁକ୍ତ ରହିଛି ।

Leave a Reply

Your email address will not be published. Required fields are marked *