ଦେଶ ବିଦେଶ

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ୍‌‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦୀ ଦୁଇ ଦିନିଆ ରୁଷ୍‌‌ ଗ୍ରସ୍ତରେ ଯାଇଛନ୍ତି।

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠୁ ରୁଷ୍‌‌ ଗସ୍ତରେ ଯାଉଛନ୍ତି। କାଜାନ୍‌‌ରେ ଆୟୋଜିତ ଷୋଡଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ୍‌‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦୀ ଦୁଇ ଦିନିଆ ରୁଷ୍‌‌ ଗ୍ରସ୍ତରେ ଯାଇଛନ୍ତି। ଦକ୍ଷିଣ ଏସିଆରେ ଭାରତର ବଢୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସୂଚନା ଅନୁଯାୟୀ ରୁଷର ଅଧ୍ୟକ୍ଷତାରେ ଏହି ବୈଠକ ହେବାକୁ ଯାଉଛି। ସମ୍ମିଳନୀର ପ୍ରଥମ ଦିନରେ ମୋଦୀ ରୁଷ୍‌‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ଚଳିତ ଥର ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହୋଇଛି ‘ଷ୍ଟ୍ରେନଦେନିଙ୍ଗ ମଲ୍ଟିଲାଟେରାଲିଜିମ ଫର୍‌‌ ଜଷ୍ଟ ଗ୍ଲୋବାଲ ଡେଭେଲମେଣ୍ଟ ଆଣ୍ଡ ସିକ୍ୟୁରିଟି’। ଅର୍ଥାତ ବିଶ୍ୱର ବିକାଶ ଏବଂ ସୁରକ୍ଷା ପାଇଁ ବହୁପକ୍ଷବାଦକୁ ସୁଦୃଢ କରିବା। ଏହାଦ୍ୱାର ବିଶ୍ୱର ନେତାମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ।
ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ଜିନପିଙ୍ଗ୍‌‌ଙ୍କୁ ସାକ୍ଷାତ କରିବା ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି। ମୋଦୀ ଏବଂ ଜିନପିଙ୍ଗ୍‌‌୍‌‌ଙ୍କ ସାକ୍ଷାତ ଉପରେ ସମସ୍ତଙ୍କ ନଜର ରହିଛି। ଏହି ସମ୍ମିଳନୀ ପୂର୍ବରୁ ଏଲଏସିରେ ଗଲୱାନ ପାଟ୍ରୋଲିଂକୁ ନେଇ ଭାରତ ଓ ଚୀନ ମଧ୍ୟରେ ବୁଝାମଣା ହୋଇଛି। ୨୦୨୦ର ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଉଭୟ ଦେଶ ପାଟ୍ରୋଲିଂ କରିବାକୁ ରାଜି ହୋଇଛନ୍ତି।

Leave a Reply

Your email address will not be published. Required fields are marked *