ସ୍ୱାସ୍ଥ୍ୟ

ଆପଣଙ୍କ ସ୍କିନ୍‌ ଡଲ୍‌ ଦେଖାଯାଉଛି କି? ଜାଣନ୍ତୁ କେଉଁ ଟିପ୍ସ ବ୍ୟବହାର କରିବେ

Spread the love

ବର୍ତ୍ତମାନ ସମୟରେ ସ୍କିନକୁ ନେଇ ବହୁ ଲୋକ ଚିନ୍ତାରେ । ସ୍କିନ୍‌ କିପରି ସୁନ୍ଦର ଦେଖାଯିବ ସେଥିପାଇଁ ଅନେକ ଟିପ୍ସ ବ୍ୟବହାର କରିଥାନ୍ତି । ଯେମିତିକି ଫେସ୍‌ ପ୍ୟାକଠାରୁ ଆରମ୍ଭ କରି ଫେସ୍‌ ମସାଜ୍‌ ପର୍ଯ୍ୟନ୍ତ ସମସ୍ତ ଟିପ୍ସକୁ ବ୍ୟବହାର କରନ୍ତି । ଏହି ସବୁ କରିବା ଫଳରେ ମଧ୍ୟ ସ୍କିନର କୌଣସି ପରିବର୍ତ୍ତନ ହୁଏନାହିଁ । କିନ୍ତୁ ଆମେ ଆଜି ଆପଣଙ୍କୁ କହିବୁ ଯେ କେଉଁ ଟିପ୍ସ ବ୍ୟବହାର କଲେ ସ୍କିନ୍‌ ଗ୍ଲୋ’ କରିବ ।

ମହୁ ଅନେକ ଗୁଣରେ ଭରପୂର ସେଥିପାଇଁ ଏହାକୁ ଖାଦ୍ୟଠାରୁ ଆରମ୍ଭ କରି ସ୍କିନ କେୟାର ପର୍ଯ୍ୟନ୍ତ ସବୁ ଜିନିଷରେ ବ୍ୟବହୃତ ହୁଏ । ମହୁରେ ଭିଟାମିନ୍‌ C , ପ୍ରୋଟିନ୍‌, ନିୟାସିନ୍‌, ରାଇବୋଫ୍ଲାଭିନ୍‌, ଭିଟାମିନ୍‌ B6, ଫୋଲେଟ୍‌ ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ । ଯାହା ସ୍କିନ୍‌ ପାଇଁ ଅନେକ ଉପକାରୀ ହୋଇଥାଏ ।

ଡ୍ରାଏ ସ୍କିନ୍‌ ପାଇଁ ଲାଭଦାୟକ :ମହୁ ସହିତ ଆପଣ ଏଲୋବେରା ଜେଲକୁ ମିଶାଇ ଫେସରେ ଲଗାଇପାରିବେ । ଏହି ଦୁଇଟି ଟିପ୍ସରେ ମଶ୍ଚରାଇଜ ଗୁଣ ରହିଛି । ସେଥିପାଇଁ ଏହା ସ୍କିନକୁ ହ୍ରାଇଡେ୍ରଟ କରେ । ମହୁ ଏବଂ ଏଲୋବେରାର ଫେସ୍‌ ପ୍ୟାକ୍‌ ଡ୍ରାଏ ସ୍କିନ୍‌ ପାଇଁ ବହୁ ଲାଭଦାୟକ  ।

ଡ୍ରାଏନେସକୁ ମଧ୍ୟ ଦୂର କରିବ :ଯଦି ଶୀତ ଆସିବା ମାତ୍ରେ ଆପଣଙ୍କ ସ୍କିନ୍‌ ଡ୍ରାଏ ହେଇଯାଉଛି ତେବେ ଆପଣ ମହୁ ସହିତ ଦହି କୁ ମିଶାଇ ଏକ ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରି ସ୍କିନରେ ଲଗାନ୍ତୁ । ଏହାକୁ ଲଗାଇବା ଦ୍ୱାରା ଆପଣଙ୍କ ଡ୍ରାଏନେସ୍‌ ଦୂର ହେବ ।

ଲେମ୍ବୁ ରସ ଏବଂ ମହୁ :ଗୋଟିଏରୁ ଦୁଇ ଚାମଚ ମହୁ ନେଇ ସେଥିରେ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ଲେମ୍ବୁରେ ଥିବା ବ୍ଲିଚିଙ୍ଗ୍‌ ଏଜେଣ୍ଟଗୁଡିକ ସ୍କିନକୁ ସଫା କରିବା ସହ ଫେସ କଲରରେ ଉନ୍ନତି ଆଣିଥାଏ ଏବଂ ମହୁ ପିମ୍ପଲ, ଡ୍ରାଏ ସ୍କିନ୍‌ ଏବଂ ଦାଗ ଇତ୍ୟାଦିକୁ ଭଲ ରଖିଥାଏ । ଯଦି ଆପଣ ନିୟମିତ ଭାବରେ ଏହି ଫେସ୍‌ ପ୍ୟାକକୁ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ସ୍କିନ୍‌ ସମସ୍ୟାରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *