odisha

ବିଭିନ୍ନ ଜିଲାକୁ ପଠାଗଲା ଏନ୍‌ଡିଆରଏଫ ଟିମ୍

Spread the love

ସମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ପଠାଯାଇଛି ଏନ୍‌ଡିଆରଏଫ ଟିମ୍ । କଟକ ମୁଣ୍ଡଳୀ ସ୍ଥିତ ଏନ୍‌ଡିଆରଏଫ ଥାର୍ଡ ବାଟାଲିୟନ ପରିସରରୁ ବିଭିନ୍ନ ଟିମ୍ ପ୍ରଭାବିତ ଜିଲ୍ଲା ମାନଙ୍କ ପାଇଁ ପଠାଯାଇଛି।
ପ୍ରଥମ ପର୍ଯ୍ୟାୟରେ ପୁରୀକୁ ୧ଟି ଭଦ୍ରକକୁ ୨, ବାଲେଶ୍ଵର ୨, ଜଗତସିଂହପୁରକୁ ୨, କେନ୍ଦ୍ରାପଡ଼ାକୁ ୨, ମୟୁରଭଞ୍ଜକୁ ଗୋଟିଏ ମୋଟ ୧୦ ଟି ଏନ୍‌ଡିଆରଏଫ ଟିମ ଆନୁଷଙ୍ଗିକ ଉପକରଣ ସହ ପଠାଯାଇଛି। ବିଶେଷକରି ବାତ୍ୟା ପରେ ଗଛ, କାନ୍ଥ, ଆଦି କାଟିବା ପାଇଁ ବିଭିନ୍ନ ଅତ୍ୟାଧୁନିକ ମେସିନ ବ୍ୟବହାର କରିବେ ଟିମ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଟିମ ଗସ୍ତ କରିଛି । ଆବଶ୍ୟକ ପଡ଼ିଲେ ଆହୁରି ଟିମ ମଧ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କୁ ପଠାଯିବ ବୋଲି ଏନ୍‌ଡିଆରଏଫ ଥାର୍ଡ ବାଟାଲିଅନ୍‌ ସେକେଣ୍ଡ ଇନ କମାଣ୍ଡଣ୍ଟ ବର୍ଦ୍ଧମାନ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *