ରାଜ୍ୟ

ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ

Spread the love

ଅସଲି ବୋତଲରେ ନକଲି ମଦ |ବିପୁଳ ପରିମାଣର ନକଲି ମଦ ଜବତ । ଯାହା ଜଣାପଡିଛି କି, ମଦ କାରଖାନା ଉପରେ ଚଢ଼ାଉ ଖୁଣ୍ଟା ଅବକାରୀ ବିଭାଗ ଏବଂ ବାରିପଦା ଅବକାରୀ ସ୍କ୍ୱାର୍ଡ଼ ପକ୍ଷରୁ ମିଳିତ ଚଢ଼ାଉ । ଖୁଣ୍ଟା ଥାନା କୁସୁମଘାଟି ଗ୍ରାମରେ ଜଙ୍ଗଲ ଭିତରେ ଏକ ଚାଳ ଘର ଭିତରେ ଚାଲିଥିଲା ନକଲି ମଦ ପ୍ୟାକିଙ୍ଗ। ଅବକାରୀ ବିଭାଗ ଚଢ଼ାଉ କରି ନକଲି ବିଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି ।

ଘଟଣାସ୍ଥଳରୁ ଅବକାରୀ ବିଭାଗ ୬୮ ଲିଟର ୨୫୦ ମିଲିଲିଟର ବିଦେଶୀ ମଦ ଜବତ କରିଛି । ଏହା ସହିତ ପ୍ୟାକିଙ୍ଗ ହୋଇଥିବା ନକଲି ମଦ ସହିତ ଖାଲି ବୋତଲ, ସ୍ପିରିଟ, ରଙ୍ଗ, ଠିପି, ମଦ ବୋତଲ ଲେବଲ ଜବତ କରିଛି ଅବକାରୀ ବିଭାଗ । ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା  ୩ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *