ରାଜ୍ୟ

ଜାଲରେ ପଡିଲା ୨୨ କେଜିର ବିରାଟ ମାଛ

Spread the love

ମୁଣ୍ଡଳୀ ଆନିକଟ ତଳମୁଣ୍ଡ ମହାନଦୀରୁ ଜଣେ ମତ୍ସ୍ୟଜୀବୀ ମାଛ ମାରୁଥିବାବେଳେ ଏହି ବିଲୁପ୍ତ ବୋଦା ମାଛ ଜାଲରେ ପଡିଛି । ଏହାର ଓଜନ ପ୍ରାୟ ୨୨ କେଜି ହେବ। ଜଣେ ଗ୍ରାହକ ଏହି ମାଛଟିକୁ କିଲୋ ପିଛା ୨୬୦ ଟଙ୍କା ହିସାବରେ ୫ହଜାର ୭୨୦ ଟଙ୍କା ଦେଇ କିଣି ନେଇଥିବା ଜଣାପଡିଛି।ଏହି ମାଛ ସାଧାରଣତଃ ଗଭୀର ନଦୀର ପଥୁରିଆ ଅଞ୍ଚଳରେ ଦେଖିବାକୁ ମିଳିଥାଏ ।ମାଛଟିର ମଝିରେ କେବଳ ଗୋଟିଏ କଣ୍ଟା ଥିବା ବେଳେ ତାହା ମାଂସାଳ ହୋଇଥାଏ ।  ଏହି ପ୍ରଜାତିର ମାଛ ଏକ କ୍ୱିଣ୍ଟାଲ୍ ଓଜନ ପର୍ଯ୍ୟନ୍ତ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *