ରାଜ୍ୟ

ଶୋଇଥିବା ବେଳେ ଘରୁ ଟାଣି ଆଣି ମହିଳାଙ୍କୁ ଦଳିଦେଲା ଦନ୍ତା

Spread the love

ତିଳେଇପଶି ଗୁଦୁରାସାହିରେ ମହିଳା ଜଣକ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦନ୍ତା ଘର ଭାଙ୍ଗିଦେଇଥିଲା । ଏହାପରେ ମହିଳାଙ୍କୁ ଦଳି ଚକଟି ମାରିଦେଇଥିଲା । ଏହି ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ୱାମୀ ଓ ଦୁଇ ପୁଅ ।ଦନ୍ତା ଆକ୍ରମଣରେ ସ୍ୱାମୀ ଓ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଜଣକ ପୂଜା ମାହାର ବୋଲି ଜଣାପଡିଛି । ତେବେ ହାତୀର ଏହି ଉତ୍ପାତକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସର ତଦନ୍ତ ଜାରି ରହିଛି ।

 

Leave a Reply

Your email address will not be published. Required fields are marked *