ମାଟି କାନ୍ଥ ତଳେ ଚାପି ହୋଇ ଚାଲିଗଲା ନାବାଳିକାର ଜୀବନ
ଆନନ୍ଦପୁର ଉପଖଣ୍ଡ ବଡରମ୍ପାସ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଆଜି ବାର୍ଷିକ ପରୀକ୍ଷା ଦେବାକୁ ଯିବା ପାଇଁ ବାହାରୁ ଥିବା ବେଳେ ଅଚାନକ ତାଙ୍କ ଘରର ମାଟିକାନ୍ଥ ଭୁଶୁଡି ପଡ଼ିଥିଲା । ଚାଳଘର ଛପର ହେଉଥିବାରୁ ଭାଇ ଭଉଣୀ କାନ୍ଥ ତଳେ ଚାପି ହୋଇଯାଇଥିଲେ । ପରିବାର ଲୋକ ଏହା ଦେଖି ତୁରନ୍ତ ସେମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ୮ ବର୍ଷର ଝିଅ ସ୍ନେହଲତା ସାହୁକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଆହତ ପୁଅର ଚିକିତ୍ସା ଜାରି ରହିଛି ।

