ପୁରୀ ଜିଲ୍ଲାର କାକଟପୁର ମା ମଙ୍ଗଳାଙ୍କ ପୀଠରେ ଆରମ୍ଭ ହୋଇଛି ଚୈତ୍ର ପର୍ବ
ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ପୁରୀ ଜିଲ୍ଲାର କାକଟପୁର ମା ମଙ୍ଗଳାଙ୍କ ପୀଠରେ ଆରମ୍ଭ ହୋଇଛି ଚୈତ୍ର ପର୍ବ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମଙ୍ଗଳା ପୀଠ । ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ମଙ୍ଗଳା ।ମାଆଙ୍କ ଦର୍ଶନ ପାଇଁ ଭକ୍ତମାନେ ଲମ୍ବା ଲାଇନରେ ଛିଡା ହୋଇରହିଥିବା ପରିଲକ୍ଷିତ ହୋଇଛି । ପୀଠରେ ମାଆଙ୍କର ସ୍ବତନ୍ତ୍ର ନୀତିକାନ୍ତି ସହ ପୂଜାର୍ଚ୍ଚନା ଚାଲିଛି ।ଚୈତ୍ର ମାସ ପ୍ରଥମ ମଙ୍ଗଳବାରରୁ ଆରମ୍ଭ ହୋଇଥାଏ କାକଟପୁରର ମାଆ ମଙ୍ଗଳାଙ୍କ ଚଇତି ପର୍ବ । ପବିତ୍ର ଯାତ୍ରାକୁ ନେଇ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି । ମାଆଙ୍କ ନିକଟରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ବ୍ରାହ୍ମ ମୁହୂର୍ତ୍ତରୁ ମନ୍ଦିରର ଦ୍ବାର ଫିଟା ଯାଇ, ମଙ୍ଗଳ ଆଳତୀ, ସ୍ନାନ, ମାର୍ଜନା, ମଇଲମ କରାଯିବା ପରେ ମାଆଙ୍କୁ ରାଜରାଜେଶ୍ୱରୀ ବେଶରେ ବେଶ ସଜ୍ଜିତ କରାଯାଇଥିଲା । ମାଆଙ୍କ ଶେଷ ମଙ୍ଗଳବାର ବୈଶାଖ ମାସ ପ୍ରଥମ ମଙ୍ଗଳବାରରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ଝାମୁ ଯାତ୍ରା ।

