ଦେଶ ବିଦେଶ

୩୬ହଜାର କୋଟି ଟଙ୍କାର ନିଶାଦ୍ରବ୍ୟକୁ ଆଣ୍ଡାମାନ ନିକୋବାର ପୁଲିସ ପୋଡ଼ି ନଷ୍ଟ କରିଛି।

Spread the love

ଏକ ବଡ଼ ଧରଣର ଧରପଗଡ଼ରେ ଜବତ ହୋଇଥିବା ୩୬ହଜାର କୋଟି ଟଙ୍କାର ନିଶାଦ୍ରବ୍ୟକୁ ଆଣ୍ଡାମାନ ନିକୋବାର ପୁଲିସ  ପୋଡ଼ି ନଷ୍ଟ କରିଛି।  ନୂଆଦିଲ୍ଲୀଠାରେ ଅନୁଷ୍ଠିତ ‘ନିଶା ଚାଲାଣ ଓ ଜାତୀୟ ସୁରକ୍ଷା’ ଶୀର୍ଷକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହ କହିଛନ୍ତି, ନିଶାମୁକ୍ତ ଭାରତ ଅଭିଯାନରେ ଆଣ୍ଡାମାନ ପୁଲିସ ଏକ ବଡ଼ ଯୋଗଦାନ ଦେଇଛି। ଏହି ନିଶା ସାମଗ୍ରୀ ନଷ୍ଟ କରିବା ସମୟରେ ଆଣ୍ଡାମାନ ନିକୋବାର  ପୁଲିସ ମହାନିର୍ଦ୍ଦେଶକ ହରଗୋବିନ୍ଦର ସିଂହ ଧାଲିୱାଲ୍‌, ମୁଖ୍ୟ ଶାସନ ସଚିବ ଚନ୍ଦ୍ର ଭୂଷଣ କୁମାର, ଗୃହବିଭାଗ ସଚିବ ନୀରଜ ଭାରତୀ ଏବଂ ଉଚ୍ଚସ୍ତରୀୟ ଡ୍ରଗ୍ସ ନିବାରଣ ଓ ଚଢ଼ଉ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *