ଦେଶ ବିଦେଶ

୭ ବିମାନକୁ ବୋମା ଧମକ

Spread the love

ଦେଶର ୭ଟି ବିମାନକୁ ଆଜି ବୋମା ଧମକ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି ନକଲି ବୋମା ଧମକ କଲ୍ ଓ ଇ-ମେଲ୍‌ ପରେ ୭ଟି ମଧ୍ୟରୁ ୨ଟି ବିମାନର ଜରୁରିକାଳୀନ ଅବତରଣ କରାଯାଇଥିଲା।

ନୂଆଦିଲ୍ଲୀରୁ ସିକା‌ଗୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ପ୍ରଥମେ ବୋମା ଧମକ ମିଳିବା ପରେ ମଙ୍ଗଳବାର ଏହା କାନାଡ଼ାର ଏକ ବିମାନବନ୍ଦରରେ ଅବତରଣ କରିଛି। ଏହା ବ୍ୟତୀତ ଜୟପୁର-ବେଙ୍ଗାଲୁରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ, ଦମ୍ମାମ-ଲକ୍ଷ୍ନୌ ଇଣ୍ଡିଗୋ ବିମାନ, ଦରଭଙ୍ଗା-ମୁମ୍ବାଇ ସ୍ପାଇସ୍ ଜେଟ୍ ବିମାନ, ସିଲିଗୁଡ଼ି-ବେଙ୍ଗାଲୁରୁ ଆକାଶ ଏୟାର ବିମାନ, ଆଲାଏନ୍ସ ଏୟାର ଅମୃତସର-ଡେରାଡୁନ-ଦିଲ୍ଲୀ ବିମାନ ଏବଂ ମଦୁରାଇରୁ ସିଙ୍ଗାପୁର ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ବୋମା ଧମକ ମିଳିଥିଲା। ଧମକ ମିଳିଥିବା ବିମାନଗୁଡ଼ିକୁ ନିକଟସ୍ଥ ବିମାନବନ୍ଦରରେ ଅବତରଣ କରାଯିବା ସହ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି। ଧମକ ଦେଇଥିବା ବ୍ୟକ୍ତି ଏବଂ ଏହାର ଉତ୍ସକୁ ଖୋଜିବା ପାଇଁ ସୁରକ୍ଷା ଏଜେନ୍ସି ଯୁଦ୍ଧସ୍ତରରେ ପଦକ୍ଷେପ ନେଇଛି।

ଆମେରିକା ସମୟ ସକାଳ ୭ଟାରେ ଏୟାର ଇଣ୍ଡିଆ ବିମାନ ସିକାଗୋରେ ଅବତରଣ କରିବାର ଥିଲା କିନ୍ତୁ ଏହା ପୂର୍ବରୁ ବିମାନରେ ବୋମା ଥିବା ନେଇ ଇ-ମେଲ୍‌ ମାଧ୍ୟମରେ ଧମକ ମିଳିଥିଲା। ଏହାପରେ ଜରୁରୀ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ଏହା କାନାଡ଼ାରେ ସୁରକ୍ଷିତ ଅବତରଣ କରିଥିଲା। ଏହି ବିମାନଟି ଏକ ବୋଇଂ ୭୭୭ ବିମାନ। ଭାରତୀୟ ସମୟ ଅପରାହ୍ନ ୫ଟା ୩୮ ସୁଦ୍ଧା ବିମାନଟି କାନାଡ଼ାରେ ଅବତରଣ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *