ଘର ବାଡିରୁ ଉଦ୍ଧାର ହେଲା ଭାଲୁ ଛୁଆ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିମିନିଭାଟି ଅଞ୍ଚଳରୁ ଭାଲୁ ଛୁଆ ଉଦ୍ଧାର ହୋଇଛି । ମନସୁର ମହମ୍ମଦ ନାମକ ବ୍ୟକ୍ତି ଆଜି ସକାଳେ ବାଡିକୁ ବୁଲିବାକୁ ଯାଇଥିଲେ ହଠାତ୍ ଭାଲୁ ଛୁଆଟି ନଜର ଆସିଥିଲା । ମାଆ ଭାଲୁ ସହ ଖାଦ୍ୟ ଅନେଶ୍ଵଣରେ ଆସି ଛୁଆ ଭାଲୁକୁ ଛାଡ଼ି ପଳାଇଯାଇଥିଲା । ଭାଲୁ ଛୁଆ ଉଦ୍ଧାର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।ପରବର୍ତ୍ତୀ ସମୟରେ ଛୁଆ ଭାଲୁକୁ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ।

