odisha

ଭୁଲ୍ ଇଞ୍ଜେସନ ଯୋଗୁ ବର୍ଷର ଶିଶୁକନ୍ୟା ଗୁରୁତର !

Spread the love

ବଣାଇ : ଭୁଲ୍ ଇଞ୍ଜେସନ ଯୋଗୁ ବର୍ଷର ଶିଶୁକନ୍ୟା ଗୁରୁତର ହେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସଂପୃକ୍ତ ଡାକ୍ତରଙ୍କୁ ବଣାଇରୁ ଅପସାରଣ କରାଯାଇଛି ।

ସୂଚନା ଅନୁସାରେ, ୨୯ ତାରିଖରେ ବଣାଇ ଜଗନ୍ନାଥପୁର ଅଂଚଳରୁ ଜଣେ ମହିଳା ତାଙ୍କ ଶିଶୁକୁ ଜ୍ବର ହୋଇଥିବାରୁ ଚିକିତ୍ସା ପାଇଁ ମେଡିକାଲ ଆଣିଥିଲେ ।  ତେବେ ସେଠାରେ ଶିଶୁବିଭାଗର ଡାକ୍ତର ଲିକି ଚାନ୍ଦ ମହାପାତ୍ର ଶିଶୁକୁ ଦେଖିବା ପରେ ପ୍ରେସକ୍ରିପସନରେ ଔଷଧ ଲେଖିଥିଲେ ।  ସେହିଦିନ ଗୋଟିଏ ଇଞ୍ଜେକ୍‌ସନ୍‌ ଦିଆଗଲା ଓ ଆଉ ଦୁଇଟି ଇଞ୍ଜେକ୍‌ସନ୍‌ ଆଗଷ୍ଟ ୧ ଓ ୫ ତାରିଖରେ ଦେବା ପାଇଁ ଲେଖିଥିଲେ। ଶିଶୁର ମା’ ଚିନ୍ମୟୀ ମୋବାଇଲରେ ପ୍ରେସ୍‌କ୍ରିପ୍‌ସନ୍ ଓ ଇଞ୍ଜେକ୍‌ସନ୍‌ ଫଟୋ ଉଠାଇ ରଖିଥିଲେ ।

ଗୁରୁବାର ସକାଳେ ଏଭଳି ଚିକିତ୍ସା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ଅପରାହ୍ଣରେ ସୁନ୍ଦରଗଡ଼ର ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶୁଭାଶିଷ ମହାରଣା ତଦନ୍ତ ଆରମ୍ଭ କରିଥିଲେ ।  ପ୍ରଥମେ ଏହା ଆଣ୍ଟି ଭାକ୍‌ସିନ୍, ତେଣୁ ଭୟ ନଥିବା କୁହାଯାଇଥିଲା ।  ଡାକ୍ତରଙ୍କ ଭୁଲ୍ ନାହିଁ ବୋଲି କହିବା ପରେ ଶିଶୁକନ୍ୟାର ମା’ ପ୍ରେସ୍‌କ୍ରିପ୍‌ସନ୍ ସମ୍ପର୍କରେ ପ୍ରମାଣ ଦେଇଥିଲେ ।  ଏହା ପରେ ଡାକ୍ତରଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟରୁ ଅପସାରଣ କରାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *