ରାଜ୍ୟ

ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ

Spread the love

ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡିଆ ଛକ ଏକ ଢାବା ନିକଟରେ ଅଘଟଣ । ଏୟାର ପ୍ରେସର ଟାଙ୍କିଫାଟି ଜଣେ ମୃତ । ମୃତକ ଖୋର୍ଦ୍ଧା ନିକଟସ୍ଥ କଦଳୀବାଡି ଗ୍ରାମର ଟାୟାର ମିସ୍ତ୍ରୀ ନବ କିଶୋର ବରାଡ ବୋଲି ଜଣାପଡ଼ିଛି । ଏହା ସହ ଛତ୍ରପଡା ଗ୍ରାମର ଦୁଇ ଭାଇ ଦେବ ମାନସିଂହ ଏବଂ ଦିପକ ମାନସିଂହ ଆହତ ହୋଇଛନ୍ତି । ଦଧିମାଛଗାଡିଆ ଛକର ଏକ ଢାବା ନିକଟରେ ଏୟାର ପ୍ରେସର ଟାଙ୍କି ଫାଟିଥିଲା । ଏୟାର ପ୍ରେସର ଟାଙ୍କିରେ ଏୟାର ଅଧିକ ହେବାରୁ ଏଭଳି ଅଘଟଣ ଘଟିଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳ ରେ ଟାୟାର ମିସ୍ତ୍ରୀ ନବ କିଶୋର ବରାଡଙ୍କର ମୃତ୍ୟୁ ହୋଇଥିଲା ।

ଛତ୍ରପଡା ଗ୍ରାମର ଦୁଇ ଭାଇ ଦେବ ମାନସିଂହ ଏବଂ ଦିପକ ମାନସିଂହ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଖୋର୍ଦ୍ଧା ସଦର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଗୁରୁତରଙ୍କୁ ଖୋର୍ଦ୍ଧା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଛି । ଏଥି ସହିତ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *