ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର
ସ୍କୁଲ ପିଲାମାନଙ୍କୁ ଅଧିକ ପୋଷଣ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏକ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଖାଦ୍ୟ ସହ କ୍ଷୀର ମିଳିବ। ଛାତ୍ରଛାତ୍ରୀଙ୍କୁ ୨୦୦ ML ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର । ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା । ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ । ଗୋକୁଳ ଯୋଜନାରେ ୩୦୦୦ ଗାଈ ଦେବାର ବ୍ୟବସ୍ଥା କାଲି କରାଯାଇଛି ।ଏହା ମଧ୍ୟ କହିଛନ୍ତି ଅର୍ଥନୈତିକ ବିକାଶ ଅର୍ଥନୈତିକକୁ ସୁଧାର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଏହା ଦ୍ୱାରା ଓଡିଶାରେ ବିକାଶ ହେବ ଗ୍ରାମାଞ୍ଚଳର ବିକାଶ ହେବ

