ଆଜିଠାରୁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାଓ ଉପଦ୍ରବ ନେଇ ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ କରିବେ ଶାହ ।
ଏହାସହ ବନ୍ୟା-ବାତ୍ୟାର ପେଣ୍ଠସ୍ଥଳୀ ଓଡିଶାରେ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଆର୍ଥିକ ସମ୍ବଳ ଏବଂ ମାନବ ସମ୍ବଳ କେମିତି ଉପଯୋଗ ହେଉଛି ତାହାର ମଧ୍ୟ ସମୀକ୍ଷା କରିବେ କେନ୍ଦ୍ର ଗୃହମନ୍ତ୍ରୀ ।

