କ୍ରୀଡା

ଟିମ୍‌ ଇଣ୍ଡିଆ ଚାଇନାକୁ ହରାଇଲା 7-2 ଗୋଲରେ

Spread the love

ଏସିଆନ ଚମ୍ପିୟାନ୍ସ ଟ୍ରଫିରେ ଭାରତର ଦମଦାର ବିଜୟ ସହ ଅଭିଯାନ ଆରମ୍ଭ । 7-2 ଗୋଲରେ ଚାଇନାକୁ ହରାଇଲା ଟିମ୍‌ ଇଣ୍ଡିଆ । ଭାରତର ଗୋଲ୍‌ ବର୍ଷାରେ ଘାଇଲା ହେଲା ଚାଇନା ଟିମ୍ । 150 ତମ ମ୍ୟାଚ୍ ଖେଳିଲେ ଓଡ଼ିଆ ପୁଅ ଅମିତ ରୋହିଦାସ । ମ୍ୟାଚ ଆରମ୍ଭରୁ ଭାରତ ଡାମିନେଟ୍ କରିବା ସହ ଚାଇନାକୁ କମବ୍ୟାକ କରିବାର ସୁଯୋଗ ଦେଇନଥିଲା ଭାରତୀୟ ଦଳ ।

ସେହିପରି ଅନ୍ୟ ଦୁଇଟି ମ୍ୟାଚରେ ଦକ୍ଷିଣ କୋରିଆ ଜାପାନକୁ 2-1 ଗୋଲରେ ଏବଂ ପାକିସ୍ତାନକୁ ମାଲେସିଆ 3-1 ଗୋଲରେ ପରାସ୍ତ କରିଛି । ଆଜି ତୃତୀୟ ମ୍ୟାଚରେ ଜାପାନକୁ ଭେଟିବ ଭାରତ ।

Leave a Reply

Your email address will not be published. Required fields are marked *