ରାଜ୍ୟ

ପଶ୍ଚିମବଙ୍ଗ ହିଂସା ମାମଲାର ତଦନ୍ତ କରିବ ସିବିଆଇ

Spread the love

ମମତା ସରକାରଙ୍କୁ ହାଇକୋର୍ଟଙ୍କ ଝଟକା । ପଶ୍ଚିମବଙ୍ଗ ହିଂସା ମାମଲାର ତଦନ୍ତ କରିବ ସିବିଆଇ । କୋଲକାତା ହାଇକୋର୍ଟ ମାମଲାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ହୋଇଥିଲା । ହିଂସାରେ ୬ ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ସହିତ ୫୦ ରୁ ଅଧିକ ଆହତ ହୋଇଥିଲେ । ଏକାଧିକ ଟିଏମସି ନେତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ରହିଛି । ମାମଲାରେ ଗତକାଲି ରାଜ୍ୟ ସରକାରଙ୍କୁ କଡା ଟିପ୍ପଣୀ ଶୁଣାଇଥିଲେ ସୁପ୍ରିମକୋର୍ଟ । କୋଲକାତା ହାଇକୋର୍ଟ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି ମମତା ସରକାର ।

Leave a Reply

Your email address will not be published. Required fields are marked *