ରାଜ୍ୟ

ଆଜି ପରୀକ୍ଷଣ ହେବାକୁ ଯାଉଛି ଚାନ୍ଦିପୁର ରେ ସ୍ୱଳ୍ପ ଦୂରଗାମୀ ମିସାଇଲ୍

Spread the love

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଆଜି ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ। ପୂର୍ବାହ୍ନରେ ହେବାକୁ ଥିବା ଏହି ମିସାଇଲରେ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବା ସହ ଏହାର ଟ୍ରାଜେଟୋରୀ ଓ ମାରକ କ୍ଷମତାକୁ ଯାଞ୍ଚ କରାଯିବ।। ଏହି ପରୀକ୍ଷଣ ପାଇଁ ୩ନଂ ଲଞ୍ଚପ୍ୟାଡର ଅଢେଇ କିଲୋମିଟର ଦୂରତା ମଧ୍ୟରେ ୩୧୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି।ପ୍ରଶାସନର ସୂଚନା ଅନୁସାରେ ଜୟଦେବକସବା ପାହି, ଶାହାଜାନଗର ପାଣିର ୧୦୯୩ ଜଣ, ଭୀମପୁର ପାହି, ତୁଣ୍ଡରା ପାହିର ୮୯୫ ଜଣ, ଖଡୁପାହି, କୁସୁମୁଳୀ ଗାଁର ୧୧୧୨ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯିବ।
ସମସ୍ତ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଟେଣ୍ଟର ବ୍ୟବସ୍ଥା କରାଯାଇଛି। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଜଳଖିଆ ଓ ମଧ୍ଯାହ୍ନ ଭୋଜନ ଯୋଗାଇ ଦିଆଯିବ। ଏଥିସହିତ କ୍ଷତିପୂରଣ ବାବଦକୁ ସହାୟତା ଟଙ୍କା ଗ୍ରାମବାସୀଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପଠାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *